LIVE TV

ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟରେ ଦଳୀୟ ମନୋବୃତ୍ତି ରଖି ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ, ବ୍ଲକ୍ ଘେରିଲେ ଶତାଧିକ ବିଜେଡି କର୍ମୀ

NEWS7
Kantapada

ନିଆଳି: ଦଳୀୟ ମନୋବୃତ୍ତି ରଖି ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ ଆଣି ବ୍ଲକ ଘେରିଲେ ବିଜେଡି ନେତା ଓ କର୍ମୀ। ଘଟଣା ଘଟିଛି କଣ୍ଟାପଡ଼ା ବ୍ଲକ୍ କାର୍ଯ୍ୟାଳୟରେ। ବୁଧବାର ସକାଳେ ବ୍ଲକ କାର୍ଯ୍ୟାଳୟ ଚାଲିଥିବାବେଳେ ସ୍ଥାନୀୟ ବିଜେଡି କର୍ମୀ ଓ ଲୋକ ପ୍ରତିନିଧିମାନେ ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକଙ୍କ ନେତୃତ୍ୟରେ  ବ୍ଲକ କାର୍ଯ୍ୟାଳୟରେ  ତାଲା ପକାଇ ବିଡିଓ ସମେତ କର୍ମଚାରୀମାନଙ୍କୁ ଅଟକ ରଖିଥିଲେ।

ତେବେ ବିଡିଓ ଘଟଣା ସଂପର୍କରେ ଓଲଟପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଦିନ ତମାମ କାର୍ଯ୍ୟ ଠପ୍ ରହିଥିଲା। ହେଲେ ଏତିକିରେ ଶାନ୍ତ ପଡ଼ିନଥିଲେ ଆନ୍ଦୋଳନକାରୀ। ଅପରାହ୍ନରେ ବ୍ଲକ ସମ୍ମୁଖରେ ଟାୟାର ଜାଳି ଫୁଲନଖରା ନିଆଳି ରାସ୍ତା ଅବରୋଧ କରି ରଖିଥିଲେ। କଟକ ସଦର ଏସଡିପିଓ କିରଣ ହେମ୍ବ୍ରମ, ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ ଓ ବିଡିଓ ସ୍ୱପ୍ନୀତା ନାୟକ ଏବଂ ଥାନା ଅଧିକାରୀମାନଙ୍କ ସହ ଆଲୋଚନା ପରେ  ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। 

ତେବେ ଦଳୀୟ ମନୋବୃତ୍ତି ଓ ମନମୁଖୀ କାର୍ଯ୍ୟ ବିଡିଓ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ପ୍ରମୋଦ ମଲ୍ଲିକ। ସେପଟେ କୌଣସି ପୂର୍ବ ସୂଚନା ନଦେଇ ବିଜେଡି କର୍ମୀମାନେ ଏପରି କାଣ୍ଡ ଘଟାଇଥିବା କହିଛନ୍ତି ବିଡିଓ।