କାମାକ୍ଷାନଗର ୧୦: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସମ୍ପର୍କୀୟ ଖୁଡ଼ୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ହୋମ୍‌ଗାର୍ଡ ପୁତୁରା ଗିରଫ ହୋଇଛନ୍ତି । ଗିରଫ ହୋମ୍‌ଗାର୍ଡ ଜଣଙ୍କ ହେଲେ କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁର ଅରବିନ୍ଦ ମଲ୍ଲିକ । ଅରବିନ୍ଦ ଜିଲ୍ଲାର ହିନ୍ଦୋଳ ଥାନାରେ ହୋମ୍‌ଗାର୍ଡ ଭାବେ କାର୍ଯ୍ୟରତ ଥିଲେ । ଅରବିନ୍ଦ ଗ୍ରାମର ସମ୍ପର୍କୀୟ ଖୁଡ଼ୀକୁ  ଦୁଷ୍କର୍ମ କରିଥିବା  ଅଭିଯୋଗ ହୋଇଛି । ଏପରିକି ମହିଳା ଜଣକୁ ଗ୍ରାମରେ ରଖେଇ ଦେଉନାହାନ୍ତି । ମହିଳାଙ୍କୁ ଧମକ ଚମକ ଦେବା ସହ ପିଲାଛୁଆଙ୍କୁ ଗ୍ରାମରେ ରଖେଇ ଦେଉନାହାନ୍ତି । ଫଳରେ ମହିଳା ଜଣକ ଭୟରେ ପିଲାଛୁଆଙ୍କୁ ଧରି ବାପଘର କଙ୍ଗେଇଲୋ ଗ୍ରାମରେ ରହୁଛନ୍ତି ।

ଏ ନେଇ ପୀଡ଼ିତା ଖୁଡ଼ୀ ଜଣଙ୍କ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ହୋମ୍‌ଗାର୍ଡ ପୁତୁରାକୁ ବାନ୍ଧିବା ସହ ଡାକ୍ତରୀମାଇନା କରାଇ ଗୁରୁବାର ଜେଲ୍‌କୁ ପଠାଇଦେଇଛି । ଏ ନେଇ କାମାକ୍ଷାନଗର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।