LIVE TV

ଚଳନ୍ତା ବସ୍‌ରେ ଥାଇ ଟ୍ରାକ୍ଟରରୁ ଇଟା ଆଣୁଥିଲେ ହେଲପର, ବସ୍ ଚକ ତଳେ ପଡି ଚାଲିଗଲା ଜୀବନ

NEWS7
Bus

ଆନନ୍ଦପୁର ୫୧୦: ଚଳନ୍ତା ବସ୍‌ରେ ରହି ଇଟା ବୋଝେଇ ଟ୍ରାକ୍ଟରରୁ ହାତ ବଢ଼େଇ ଇଟା ଆଣିବା ବସ୍ ହେଲପରଙ୍କୁ ମହଙ୍ଗା ପଡିଛି । ବସ୍ ଚକ ତଳେ ପଡିଯାଇ ହେଲପରଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଛେନାପଦି ଛକ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା କେନ୍ଦେଇପଶିରୁ ବଉଳା ଯାଉଥିବା ‘ବର୍ଷାରାଣୀ’ ନାମକ ଏକ ବସ୍ ଛେନାପଦି ଛକ ନିକଟରେ ବଉଳା ଯାଉଥିବା ସମୟରେ ଅଘଟଣ ଘଟିଛି । ହେଲପର ଜଣକ ରାସ୍ତା କଡ଼ରେ ଠିଆ ହୋଇଥିବା ଇଟା ବୋଝେଇ ଟ୍ରାକ୍ଟରରୁ ଇଟା ଉଠାଇ ଆଣୁଥିବା ସମୟରେ ବସ୍‌ରୁ ଖସି ପଡ଼ିଥିଲେ । ଫଳରେ ବସ୍‌ର ପଛ ଚକ ହେଲପରଙ୍କ ଉପରେ ଚଢି ଯାଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ସହଯୋଗରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ହେଲପର ଜଣଙ୍କ ରାଇଜିଙ୍ଗ ମୁର୍ମୁ ଓ ତାର ଘର ମନୋହରପୁରରେ ବୋଲି ଜଣାପଡିଛି ।