କଲୋମ୍ବୋ: ମହିଳା ବିଶ୍ଵକପ୍ ୨୦୨୫ରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ଏସିଆ କପ୍ ପରେ ଏବେ ମହିଳା ଭାରତୀୟ ଦଳ ପାକିସ୍ତାନ ଦଳ ସହ କଲୋମ୍ବୋରେ ମୁକାବିଲା କରୁଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୪୭ ରନ କରିଛି। କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ନ ଥିଲେ ହେଁ ସଭିଙ୍କ ଯୋଗଦାନ କାରଣରୁ ଦଳ ଏକ ଲଢୁଆ ସ୍କୋର କରି ପାରିଛି। ହର୍ଲିନ ଦେଓଲ ସର୍ବାଧିକ ୪୬ ରନ କରିଥିବା ବେଳେ ଋଚାଘୋଷ ୩୫ ରନର ଉଲ୍ଲେଖନୀୟ ଅପରାଜିତ ରନ କରିଛନ୍ତି। ପାକିସ୍ତାନ ମହିଳା ଦଳ ସମ୍ମୁଖରେ ରହିଛି ୨୪୮ ରନ ବିଜୟ ଲକ୍ଷ୍ୟ।  ବୋଲିଂରେ ପାକିସ୍ତାନ ପକ୍ଷରୁ ଦିଆନା  ବୈଗ ୪ ଓ୍ଵିକେଟ୍ ନେଇଛନ୍ତି।