ନୂଆଦିଲ୍ଲୀ ୧୧।୧୦; ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ସେ ତାଙ୍କର ୩୨ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କ ଜନ୍ମଦିନରେ, ହାର୍ଦ୍ଦିକ ଶେଷରେ ଇନଷ୍ଟାଗ୍ରାମରେ ତାଙ୍କର ନୂଆ ପ୍ରେମ ସମ୍ପର୍କକୁ କନଫର୍ମ କରିଛନ୍ତିମାସ ମାସ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ନତାସାଙ୍କ ଠାରୁ ଅଲଗା ହେବାର ଦୁଇ ବର୍ଷ ପରେ, ଅଲରାଉଣ୍ଡର ମଡେଲ ମାହିକା ଶର୍ମାଙ୍କୁ ତାଙ୍କର ନୂତନ ସାଥୀ ଭାବରେ ପରିଚିତ କରାଇଛନ୍ତି। ନିକଟରେ, ସେ ତାଙ୍କ ଇନଷ୍ଟାଗ୍ରାମରେ ମାହିକାଙ୍କ ସହିତ କିଛି ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି

ହାର୍ଦ୍ଦିକ ସମ୍ପର୍କକୁ ଆନୁଷ୍ଠାନିକ କରିଛନ୍ତି

୧୦ ଅକ୍ଟୋବର, ୨୦୨୫ ରେ, ହାର୍ଦ୍ଦିକ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ମାହିକାଙ୍କ ସହିତ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ହାର୍ଦ୍ଦିକ ଏକ ଓଭରସାଇଜ୍ ଜ୍ୟାକେଟ୍, ସର୍ଟସ୍ ଏବଂ ଚପଲ ପିନ୍ଧିଥିଲେ, ଏବଂ ତାଙ୍କ ହାତ ମାହିକାଙ୍କ କାନ୍ଧରେ ଥିଲା। ମାହିକା ଧଳା ସାର୍ଟ ଡ୍ରେସରେ ଷ୍ଟାଇଲିସ୍ ଦେଖାଯାଉଥିଲେ। ହାର୍ଦ୍ଦିକ ତାଙ୍କ ଇନଷ୍ଟାଗ୍ରାମ ଆଇଡି ଟ୍ୟାଗ୍ କରି ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ, ହାର୍ଦ୍ଦିକ ମାହିକା ସମାନ ରଙ୍ଗର ଡ୍ରେସ୍‌ରେ ଚମତ୍କାର ଦେଖାଯାଉଥିଲେଏହି ଫଟୋ ଗୁଡ଼ିକରେ କପଲଙ୍କ କେମେଷ୍ଟ୍ରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହାର୍ଦ୍ଦିକଙ୍କ ଏହି ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ​​ଯେ ତାଙ୍କ ପାଖରେ ଏବେ ମାହିକାଙ୍କ ହୃଦୟ ଅଛି।

ମାହିକା ଶର୍ମା କିଏ?

ମାହିକା ଶର୍ମା ଭାରତୀୟ ଫ୍ୟାଶନ୍ ଜଗତର ଏକ ଜଣାଶୁଣା ନାମ। ସେ ELLE ଏବଂ Grazia ଭଳି ପ୍ରସିଦ୍ଧ ପତ୍ରିକାର କଭରରେ ସ୍ଥାନ ପାଇଛନ୍ତି ଏବଂ ଭାରତୀୟ ଫ୍ୟାଶନ୍ ପୁରସ୍କାରରେ 'ମଡେଲ୍ ଅଫ୍ ଦି ଇୟର୍' ଟାଇଟଲ୍ ମଧ୍ୟ ଜିତିଛନ୍ତି। ମାହିକା ଅନେକ ପ୍ରିମିୟମ୍ ବ୍ରାଣ୍ଡର ବିଜ୍ଞାପନରେ କରିଛନ୍ତି। ତାଙ୍କୁ ପ୍ରାୟତଃ ତରୁଣ ତାହିଲିଆନି, ମନୀଷ ମଲହୋତ୍ରା ଏବଂ ଅନିତା ଡୋଙ୍ଗରେ ଭଳି ପ୍ରସିଦ୍ଧ ଡିଜାଇନରଙ୍କ ପୋଷାକ ପିନ୍ଧିଛନ୍ତିକହିବାକୁ ଗଲେ ଏବେ, ହାର୍ଦ୍ଦିକଙ୍କ ପୋଷ୍ଟ ସହିତ, ସମସ୍ତ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ହାର୍ଦ୍ଦିକ ପାଣ୍ଡ୍ୟା ଆନୁଷ୍ଠାନିକ ଭାବରେ ମାହିକା ଶର୍ମାଙ୍କୁ ସେହି ମହିଳା ଭାବରେ ପରିଚିତ କରାଇଛନ୍ତି ଯିଏ ଏବେ ତାଙ୍କ ହୃଦୟରେ ରାଜ୍‌ କରୁଛନ୍ତି