LIVE TV

ଶାନ୍ତି ବୁଝାମଣା ପତ୍ରରେ ସ୍ଵାକ୍ଷର କଲାନି ହମାସ, କହିଲା- ଟ୍ରମ୍ପଙ୍କ ପ୍ରସ୍ତାବ ଅର୍ଥହୀନ

NEWS7
Hamas

ନୂଆଦିଲ୍ଲୀ ୧୨।୧୦; ପାଲେଷ୍ଟାଇନ ସଂଗଠନ ହମାସ ପ୍ରସ୍ତାବିତ ଗାଜା ଶାନ୍ତି ଚୁକ୍ତି ଉପରେ ହସ୍ତାକ୍ଷର କାର୍ଯ୍ୟକ୍ରମରେ ଭାଗ ନେବ ନାହିଁ। ସଂଗଠନ କହିଛି କି, ଟ୍ରମ୍ପ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସହ ହମାସ ସମ୍ପୂର୍ଣ୍ଣ ସହମତ ନୁହେଁ । ଏହାକୁ ନେଇ ଦୀର୍ଘଦିନ ହେବ ଯେଉଁ ଚୁକ୍ତି ଉପରେ ସମସ୍ତଙ୍କ ନଜର ରହିଥିଲା ତାହା ଫିକା ପଡ଼ିବାକୁ ଯାଉଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ମୁତାବକ ହମାସର ନେତାମାନେ ଟ୍ରମ୍ପଙ୍କ ସେହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି ଯେଉଁ ପ୍ରସ୍ତାବରେ ହମାସର ସଦସ୍ୟମାନେ ଗାଜାପଟି ଛାଡିବା ନେଇ ଉଲ୍ଲେଖ ରହିଛି ।

ହମାସର ରାଜନୈତିକ ବ୍ୟୁରୋ ସଦସ୍ୟ ହୋସମ ବଦରାନ କହିଛନ୍ତି କି, ସେ ପାଲେଷ୍ଟାଇନବାସୀ ହୁଅନ୍ତୁ କି ହମାସ ସଦସ୍ୟ ନିଜ ଜନ୍ମଭୂମି ଛାଡିବା ନେଇ ଯେଉଁ କଥା ଟ୍ରମ୍ପ କହିଛନ୍ତି ତାହାକୁ ଗ୍ରହଣ କରାଯାଇପାରିବ ନାହିଁ । ହମାସ ନେତାଙ୍କ ଏଭଳି ଟିପ୍ପଣୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟ ପୂର୍ବ ଗ୍ରସ୍ତର ଦୁଇଦିନ ଆଗରୁ ଆସିଛି । ଏହାସହ ହମାସର ଜେଣ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏସବୁକୁ ଛାଡ଼ି ଅନେକ ରାଜନୈତିକ ପ୍ରତିବନ୍ଧକ ରହିଛି । ସେ କହିଛନ୍ତି କି, ହମାସ ସଦସ୍ୟମାନେ ଅସ୍ତ୍ର ଛାଡିବା ନେଇ ଯେଉଁ ପ୍ରସ୍ତାବ ରହିଛି ତାହା ଅସମ୍ଭବ । ଗାଜା ସରକାରଙ୍କ ଠାରୁ ହମାସ ଅଲଗା ହୋଇଯିବ କିନ୍ତୁ ଅସ୍ତ୍ର ଛାଡିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କହିରଖୁ କି, ଟ୍ରମ୍ପଙ୍କ ପ୍ରସ୍ତାବିତ ଚୁକ୍ତିର ଏକ ଭାଗ ଶୁକ୍ରବାର ଦିନ ଲାଗୁ ହୋଇଥିଲା। ଯେତେବେଳେ ଇସ୍ରାଏଲ ଯୁଦ୍ଧ ବିରତି ନେଇ ସହମତି ପ୍ରକାଶ କରିଥିଲା ଓ ଗାଜାର କିଛି ଅଞ୍ଚଳରୁ ତା'ର ସୈନ୍ୟ ପ୍ରତ୍ୟାହାର କରିନେଇଥିଲା । ଏହାପରେ କିିଛି ବିସ୍ତାପିତ ପରିବାର (ଯେଉଁମାନଙ୍କ ଘର ଇସ୍ରାଏଲ ଆକ୍ରମଣରେ ଧ୍ୱଂସ ହୋଇଥିଲା) ସେମାନଙ୍କ ଘରକୁ ଫେରିବାକୁ ଆରମ୍ଭ କରିଛନ୍ତି । ଯୁଦ୍ଧ ବିରାମ ଲାଗୁ ହେବା ପରେ ଶନିବାର ଦିନ ହଜାର ହଜାର ଲୋକ ପାଦରେ ଚାଲି ଗାଜା ଦେଇ ଉତ୍ତର ଦିଗକୁ ଆସୁଥିବାର ଦେଖିବାକୁ ମିଳିଥିଲା ।