News7 Logo

ଏହି ଦେଶରେ ଗୁରୁତର ସମସ୍ୟା , କମ୍‌ ପିଲା ଜନ୍ମ ହେଉଛନ୍ତି ...ସ୍କୁଲ ବନ୍ଦ କରିବା ସ୍ଥିତି ଉପୁଜିଛି

NEWS7
-

ନୂଆଦିଲ୍ଲୀ – ଗ୍ରୀସ୍‌ରେ ସ୍କୁଲ୍‌ ଗୁଡ଼ିକରେ ତାଲା ଝୁଲୁଛି।ଏହା ପଛର କାରଣ ଆଶ୍ଚର୍ଯ୍ୟଜନକ। ବାସ୍ତବରେ ଏଠାରେ ଜନ୍ମହାରରେ ହ୍ରାସ ଘଟିଛି। ପିଲା ଜନ୍ମ ହେଉ ନାହାନ୍ତି ତ ସ୍କୁଲ୍‌ ଗୁଡ଼ିକରେ ପଢୁଥିବା ଛାତ୍ରଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟୁଛି। ଏହା ପୂରା ଦେଶର ମୋଟ ସ୍କୁଲ ଗୁଡ଼ିକର  ୫ପ୍ରତିଶତ। ଏଥିରେ ଦୂରଦୂରାନ୍ତ ଗାଁ ଓ ଦ୍ୱୀପ ଗୁଡ଼ିକରେ ଥିବା ସ୍କୁଲ ସାମିଲ ଅଛି। ଏଥିରେ ଏଟିକା ଅଞ୍ଚଳର ବି ସାମିଲ ଅଛି,ଯାହା ରାଜଧାନୀ ଏଥେନ୍ସ ସହ ଲାଗି ରହିଛି। ଗ୍ରୀସ୍‌ର ମନ୍ତ୍ରୀ ମଧ୍ୟ ଏହାକୁ ନେଇ ଖୁବ୍‌ ଚିନ୍ତିତ।

ଗ୍ରୀସ୍‌ରେ ଶିକ୍ଷା ଓ ଧାର୍ମିକ ବ୍ୟାପାର ମନ୍ତ୍ରୀ ସୋଫିଆ ଜାକରାକି କହିଛନ୍ତି ଯେ, ଆମର କ୍ଲାସରୁମ୍‌ ଦେଖି ମାଟର୍ନିଟି ୱାର୍ଡ୍ସ ଓ ଜନ୍ମହାରର ସ୍ଥିତି ପୂରା ବୁଝାପଡୁଛି। ଦୁର୍ଭାଗ୍ୟର କଥା ଏହା ଯେ, ଗତ ଏକ ଦଶକରୁ ଏଥିରେ ହ୍ରାସ ଘଟୁଛି। ଶିକ୍ଷା ମନ୍ତ୍ରଣାଳୟର ତଥ୍ୟ ମୁତାବିକ , ଗତ ସାତ ବର୍ଷରେ ପ୍ରାଇମେରୀ ଶିକ୍ଷାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧୧,୦୦୦ରୁ ଅଧିକ କମିଯାଇଛି।  ୨୦୧୮ରୁ ଏହା  ୧୯ ପ୍ରତିଶତ ହ୍ରାସ ଘଟିଛି। ଏଥେନ୍ସର ହାରୋକୋପିୟୋ ୟୁନିଭର୍ସିଟିରେ ପ୍ରଫେସର ଏଲେଜାଣ୍ଡ୍ରୋ କୁହନ୍ତି ଯେ, ଏହି ହ୍ରାସ ଦ୍ରୁତ ଗତିରେ ହେଉଛି।ସେ କହିଛନ୍ତି ଯେ ଗତ ଦଶନ୍ଧିର ତୁଳନାରେ  ଏବେ ବହୁତ କମ୍‌ ଶିଶୁ ଜନ୍ମ କରିବା ବୟସର ଅଛନ୍ତି। ଚଳିତ ବର୍ଷ ଗ୍ରୀସର ୧୪,୮୫୭ ଟି ସ୍କୁଲରୁ  ୭୬୬ଟି ସ୍କୁଲ ସର୍ବନିମ୍ନ ଛାତ୍ର ସଂଖ୍ୟାକୁ ପୂରା କରି ନପାରିବା ଯୋଗୁଁ ବନ୍ଦ ହୋଇଯିବ।

ଏହି ସର୍ବନିମ୍ନ ଛାତ୍ର ସଂଖ୍ୟା ବହୁତ ଅଧିକ ନୁହେଁ , ପ୍ରତି ବିଦ୍ୟାଳୟରେ ମାତ୍ର ୧୫ଜଣ ପିଲା ଅଛନ୍ତି। ଏଥିରୁ ସର୍ବାଧିକ ପ୍ରାଇମେରୀ ସ୍କୁଲ ଅଛି। ହେଲେ ସବୁ ସ୍ତରୀୟ ସ୍କୁଲକୁ ବନ୍ଦ କରିବା ସ୍ଥିତି ଉପୁଜିଛି। ଯଦି ତିନି ବର୍ଷ ଭିତରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ସୁଧାର ଆସେ ତ କିଛି ସ୍କୁଲରୁ ପୁଣି ଥରେ ଖୋଲାଯାଇ ପାରିବ।

ଗ୍ରୀସ୍‌ର ଜନସଂଖ୍ୟାରେ ଖୁବ୍‌ ଜୋରରେ ହ୍ରାସ ୨୦୧୦ ର ଦଶନ୍ଧିର ଲୋନ୍‌ ସଙ୍କଟ ବେଳେ ଆରମ୍ଭ ହୋଇଥିଲା। ୨୦୧୧ ରୁ , ମୃତ୍ୟୁହାର , ଜନ୍ମହାର ଠାରୁ ଅଧିକ ରହିଛି। ୨୦୦୧  ଓ ୨୦୨୧ ର ଜନଗଣନା ମଧ୍ୟରେ ,ପ୍ରଥମ ସନ୍ତାନ ଜନ୍ମ ବୟସ  ୨୦-୪୦ ମହିଳାଙ୍କ ସଂଖ୍ୟା ୫୦୦,୦୦୦ କିମ୍ୱା ୩୧ ପ୍ରତିଶତ ହ୍ରାସ ପାଇଛି।  ୨୦୨୨ ସୁଦ୍ଧା , ବାର୍ଷିକ ଜନ୍ମ ୮୦,୦୦୦ରୁ କମ୍‌ ହୋଇ ଯାଇଥିଲା ଏବଂ ୨୦୨୩ରେ ମୃତ୍ୟୁ ସଂଖ୍ୟା ପ୍ରାୟ ଦୁଇ ଗୁଣା ହୋଇ ଯାଇ ଥିଲା। ଗ୍ରୀକ୍‌ ମହିଳାମାନେ ଏବେ ହାରାହାରି ୩୨ ବର୍ଷିରୁ ଅଧିକ ବୟସରେ ସେମାନଙ୍କର ପ୍ରଥମ ସନ୍ତାନ ଜନ୍ମ କରନ୍ତି। ​​​​​​​