LIVE TV

ତାଳଚେରରେ କ୍ଷତ୍ରିୟ ସମାଜର ମହାସମାବେଶ, ପୁରାତନ ସମର କଳା ପ୍ରଦର୍ଶିତ

NEWS7
Angul

ଅନୁଗୋଳ ୭।୧୦: ଅନୁଗୋଳ ଜିଲ୍ଲା ତାଳଚେର ରାଜପ୍ରାସାଦରେ କ୍ଷତ୍ରିୟ ସମାଜର ମହା ମିଳନ । ଏହି ଅବସରରେ ବୁଢ଼ାପଙ୍କ ଠାରୁ ସୁଲେଇପାଳ ପର୍ଯ୍ୟନ୍ତ ସମସ୍ତ କ୍ଷତ୍ରିୟ ସମାଜ ଏକାଠି ହୋଇଥିଲେ । ଏହି ଅବସରରେ ତାଳଚେର ଫାଷ୍ଟ ଗେଟ୍‌ ଠାରୁ ରାଜପ୍ରାସାଦ ପର୍ଯ୍ୟନ୍ତ ଏକ କ୍ଷତ୍ରିୟ ରାଲି ଦେଖିବାକୁ ମିଳିଥିଲା । ଏଥିରେ ପୁରାତନ ସମର କଳା ପ୍ରଦର୍ଶିତ କରାଯାଇଛି ।

ଏହି ଅବସରରେ ରାସ୍ତାରେ କ୍ଷତ୍ରିୟ ମାନଙ୍କୁ ସହରବାସୀ ବନ୍ଦାପନା କରିଥିଲେ । ପରେ ପରେ ରାଜପ୍ରାସାଦରେ ରାଜା ବିଜୟେନ୍ଦ୍ର ଚନ୍ଦ୍ର ଦେବ ଉପସ୍ଥିତ ରହି କ୍ଷତ୍ରିୟ ସମାଜର ଦଳପତି ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି ମହା ସମାବେଶରେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା ଉପସ୍ଥିତ ରହି କ୍ଷତ୍ରିୟଙ୍କୁ ଉତ୍ସାହିତ କରିଥିଲେ ।