News7 Logo

ବନ ବିଭାଗ ହାତରେ ଧରାପଡ଼ିଲା ଉତ୍ପାତିଆ ମାଙ୍କଡ

NEWS7
Athagarh

ଆଠଗଡ଼ : ଆଠଗଡ଼ ବନ ବିଭାଗ ହାତରେ ଧରପଡ଼ିଲା ଉତ୍ପାତିଆ ମାଙ୍କଡ । ଦୀର୍ଘ ୭ ଦିନ ଧରି ରଚିଥିଲା ଉତ୍ପାତ । ଆଠଗଡ଼ ରେଞ୍ଜ ଅନ୍ତର୍ଗତ ରାଧାବଲ୍ଲଭପୁର ଗ୍ରାମରେ ମାଙ୍କଡ଼ ଗୋଡେଇବା ସହିତ ଉତ୍ପାତ କରୁଥିଲା। ମାଙ୍କଡ଼ ଭୟରେ ପିଲାମାନେ ସ୍କୁଲରେ କବାଟ ଦେଇ ପାଠ ପଢୁଥିଲେ ।

ଆଠଗଡ଼ ବନ ବିଭାଗ ସହିତ ଢେଙ୍କାନାଳ କପିଳାସରୁ ଉଦ୍ଧାରକାରୀ ଦଳ ଆସି ଉତ୍ପାତିଆ ମାଙ୍କଡକୁ ଟ୍ରାଙ୍କୁଲାଇଜ କରିଥିଲେ। ତା ସହ କାବୁ କରିବା ସହିତ ମାଙ୍କଡ଼ର ସ୍ଵାସ୍ଥ୍ୟ ପରୀକ୍ଷା କରି  ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।