ନୂଆଦିଲ୍ଲୀ: ଜମି ବିବାଦରୁ ରକ୍ତାକ୍ତ ସଂଘର୍ଷ। ଚାଷୀଙ୍କ ଉପରେ ଗାଡି ଚଢ଼ାଇଦେଲେ ନେତା। ମଧ୍ୟପ୍ରଦେଶର ଗୁନାରେ ଜଣେ ଚାଷୀଙ୍କୁ ଥରରେ ଚଢ଼ାଇ ନିର୍ମମ ଭାବରେ ହତ୍ୟା କରିଛନ୍ତି ଜଣେ ବିଜେପି ନେତା। ଏହି ଘଟଣା ଫତେଗଡ଼ ଥାନା ଅଞ୍ଚଳ ଅନ୍ତର୍ଗତ ଗଣେଶପୁରା ଗାଁରେ ଘଟିଛି। ରିପୋର୍ଟ ଅନୁଯାୟୀ, ରାମସ୍ୱରୂପ ତାଙ୍କ ସ୍ତ୍ରୀଙ୍କ ସହିତ ତାଙ୍କ କ୍ଷେତକୁ ଯାଉଥିବା ସମୟରେ ବିଜେପି ନେତା ତାଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ଅଭିଯୁକ୍ତ ମହେନ୍ଦ୍ର ନଗର ତାଙ୍କ ସହଯୋଗୀମାନଙ୍କ ସହିତ ପ୍ରଥମେ ଚାଷୀ ରାମସ୍ୱରୂପ ଧାକଡଙ୍କୁ ମାଡ଼ ମାରିଥିଲେ ପରେ ଆହତ ଚାଷୀଙ୍କ ଉପରେ ତାଙ୍କର ଥର ଗାଡ଼ି ଚଢ଼ାଇ ଦେଇଥିଲେ।

ଏତିକି ଅଟକି ନଥିଲା ନେତାଙ୍କ ଗୁଣ୍ଡାଗିରି। ଚାଷୀଙ୍କ ଝିଅମାନେ ଅଭିଯୁକ୍ତଙ୍କ କବଳରୁ ତାଙ୍କ ବାପାଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ସେମାନଙ୍କୁ ମଧ୍ୟ ପଶୁ ଭଳି ବ୍ୟବହାର କରାଯାଇଥିଲା। ଅଭିଯୁକ୍ତ ମହେନ୍ଦ୍ର ନଗର ସେମାନଙ୍କ ଉପରେ ବସି ପୋଷାକ ଚିରି ଦେଇଥିଲେ ବ୍ଲାଙ୍କ୍‌ ଫାୟାରିଂ କରିଥିଲେ।

ଘଟଣାର ଗୋଟିଏ ଘଣ୍ଟା ପରେ ରାମ ସ୍ୱରୂପଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରଠାରୁ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଅଭିଯୁକ୍ତ ମହେନ୍ଦ୍ର ନାଗର ଏବଂ ତିନି ଜଣ ମହିଳା ସମେତ ୧୪ ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ଶେଷରେ ମୁଖ୍ୟ ଅଭିଯୁକ୍ତ ମହେନ୍ଦ୍ର ନାଗରକୁ ଗିରଫ କରିଛି ପୋଲିସ।

ଅଭିଯୁକ୍ତ ମହେନ୍ଦ୍ର ନାଗର ଗ୍ରାମର ଛୋଟ ଚାଷୀମାନଙ୍କୁ ସେମାନଙ୍କ ଜମି ଦଖଲ କରିବାକୁ ଭୟଭୀତ କରାନ୍ତି। ଫଳସ୍ୱରୂପ, ଚାଷୀମାନେ ମହେନ୍ଦ୍ର ନଗରକୁ ସେମାନଙ୍କର ଜମି ବିକ୍ରି କରି ଛାଡିବାକୁ ବାଧ୍ୟ ହେଉଛନ୍ତି। ଯେଉଁମାନେ ପ୍ରତିରୋଧ କରନ୍ତି ସେମାନଙ୍କ ସହିତ କଠୋର ବ୍ୟବହାର କରାଯାଏ। ଗଣେଶପୁରା ଗ୍ରାମର ପ୍ରାୟ 25 ଜଣ ଚାଷୀ ସେମାନଙ୍କ ଜମିକୁ କଡ଼ା ମୂଲ୍ୟରେ ବିକ୍ରି କରି ପଳାଇ ଯାଇଛନ୍ତି। କିନ୍ତୁ, ଯେତେବେଳେ ରାମସ୍ୱରୂପ ଧାକଡ ଏକଛତ୍ରବାଦକୁ ବିରୋଧ କଲେ, ତାଙ୍କୁ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା।