News7 Logo

ବଢ଼ି ଚାଲିଛି ସାଇବର କ୍ରାଇମ୍ : ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଫେକ୍ ମେଲ୍ ଆଇଡି କଲେ ସାଇବର ଅପରାଧୀ

NEWS7
Cyber lootera

କଟକ ୯: ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ଫେକ୍ ମେଲ୍ ଆଇଡି କଲେ ସାଇବର ଅପରାଧୀ । ଦିନକୁ ଦିନ ବଢ଼ି ଚାଲିଛି ସାଇବର କ୍ରାଇମ୍ । ଗୋଟିଏ ପଟେ କେନ୍ଦ୍ର ସରକାର ପ୍ରତ୍ୟେକ କାର୍ଯ୍ୟକୁ ସହଜ ଓ ସରଳ ଉପାୟରେ କରିବା ପାଇଁ ଅନଲାଇନକୁ ପ୍ରାଥମିକତା ଦେଉଥିବା ବେଳେ ସାଇବର ଲୁଟେରା ମାନେ ଭିନ୍ନ ଭିନ୍ନ ତରିକାରେ ଲୋକଙ୍କୁ ଲୁଟିବାରେ ଲାଗିଛନ୍ତି । ଏମିତି କିଛି ଅଭିଯୋଗ ଆସିଛି କଟକ ସିଡିଏ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ।

ଅଭିଯୋଗ ଅନୁଯାୟୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବହୁ କର୍ମଚାରୀଙ୍କ ନାମରେ ହୋଇଛି ଫେକ୍ ମେଲ ଆଇଡି । ଫେକ୍ ମେଲ୍ ଆଇଡି କରି ସିଟି ଅର୍ବାନ ଏଡିପିଏଚଓଙ୍କୁ ଅଫିସିଆଲ୍ ତଥ୍ୟ ମଗାଯାଇଥିବା ଅଭିଯୋଗ । ଏମିତିକି ମେଲ୍ ଆଇଡିରେ ଉକ୍ତ କର୍ମଚାରୀ ମାନଙ୍କ ଫଟୋକୁ ମଧ୍ୟ ବ୍ୟବହାର କରାଯାଇଛି । ଶନିବାର ସନ୍ଧ୍ୟା ସମୟରେ ଏହି ମେଲ୍ ଗୁଡ଼ିକ ଯାଇଥିବା ବେଳେ ଯେତେବେଳେ ଉପରିସ୍ଥ ଅଧିକାରୀ ମାନେ ପଚାରିଥିଲେ ସେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । କେହି ଅଫିସ ଲୋକ ସଂପୃକ୍ତ ଥିବା କର୍ମଚାରୀ ମାନେ ଅନୁମାନ କରୁଥିବା ବେଳେ ଏହି ଘଟଣାକୁ ନେଇ କଟକ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି କର୍ମଚାରୀ ମାନେ ।