News7 Logo

ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ : କହିଲେ- ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ, ଦଳ ନୁହେଁ

NEWS7
Bhupinder Singh

ଭୁବନେଶ୍ବର ୩୯: ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ । ଭୂପିନ୍ଦର କହିଲେ, ମୋ ପାଇଁ ଲୋକ ହିଁ ଶ୍ରେଷ୍ଠ ଦଳ ନୁହେଁ । ମୋର ଭବିଷ୍ୟତ କ’ଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ । ଲୋକେ ମୋତେ କହୁଛନ୍ତି ଆପଣ ଆମ ନେତା । ଆପଣ ଯେଉଁ ସିମ୍ବଲରେ ଛିଡ଼ା ହେବେ ଆମେ ଆପଣଙ୍କ ସହ ରହିବୁ ।

କଂଗ୍ରେସର ଭବିଷ୍ୟତ ଦେଶରେ ଓ ରାଜ୍ୟରେ ବଢୁଛି । ରାଜ୍ୟରେ ବିଜେଡି ଯଦି ଠିକ୍ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେବ ତେବେ ଆହୁରି ଆଗକୁ ବଢିବ କଂଗ୍ରେସ । ରାଜ୍ୟରେ ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି । ବିରୋଧୀ ଦଳ ଭାବେ ବିଜେଡି ଠିକ୍ ଭାବେ ପ୍ରସଙ୍ଗ ଉତ୍‌ଥାପନ କରୁ ନଥିବାରୁ ତାର ଫାଇଦା କଂଗ୍ରେସ ନେଉଛି । ଲୋକେ ବିଜେଡି ଠୁ ଦୂରେଇ ନାହାନ୍ତି କିନ୍ତୁ ଲୋକେ ବିରୋଧୀ ଦଳ ଠୁ ଯାହା ଆଶା କରୁଛନ୍ତି ତାହା ବିଜେଡି ଠୁ ପାଉ ନାହାନ୍ତି ।

୨୦୨୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବି ସଂସଦରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି । ୟାକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର । ୟାକୁ ଭାବିବା ଉଚିତ ନୁହେଁ ଯେ ଭୂପିନ୍ଦର କାହିଁକି କହିଲା । ମୁଁ ଲୋକଙ୍କ ମତ କଥା କହୁଛି । ଆମେ ଯଦି ଲୋକଙ୍କ କଥାକୁ ଖାମଖିଆଲ ଭାବେ ନେବା ତାହାଲେ ଦଳ ପାଇଁ କ୍ଷତି ହେବ ।  ଆମ ଷ୍ଟାଣ୍ଡ କ୍ଲିୟର ହେବା ଦରକାର ବୋଲି ଭୂପିନ୍ଦର କହିଛନ୍ତି ।