LIVE TV

ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା, ମାଗଣା ଚାଉଳ ଆଣିବା ପାଇଁ ହନ୍ତସନ୍ତ ହିତାଧିକାରୀ

NEWS7
Ration card beneficiary

ଗଜ: ଘୋଡ଼ା ୬ ଟଙ୍କାକୁ ଦାନା ୯ଟଙ୍କା । ସରକାର ସିନା ମାଗଣା ଚାଉଳ ଦେଉଛନ୍ତି ହେଲେ ଗାଁଠୁ ୩୦ କିଲୋମିଟର ଯାଇ ଚାଉଳ ଆଣିବାକୁ ହେଲେ ଲୋକଙ୍କୁ ୨୫୦ରୁ ୩ଶହ ଟଙ୍କା ଗାଡ଼ି ଭଡ଼ା ଖର୍ଚ୍ଚ କରିବାକୁ ପଡ଼ୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ରାଇପଙ୍କା ପଞ୍ଚାୟତରେ । ଏହି ପଞ୍ଚାୟତର ଗୁଡ୍ରିପଙ୍କl ହେଉଛି ଏକ ଦୁର୍ଗମ ଗାଁ l ରାଇପଙ୍କl ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ଗାଁର ଦୂରତା ପ୍ରାୟ ୩୦ କିଲୋମିଟର । ପ୍ରତିମାସରେ ଗାଁର ଶତାଧିକ ପରିବାରଙ୍କୁ ମାଗଣା ଚାଉଳ ଆଣିବାକୁ ଗାଡ଼ି ଭଡ଼ା କରି ଯିବାକୁ ପଡ଼ୁଛି । ଖବର ପ୍ରସାରଣ ପରେ ଏହି ଲୋକମାନଙ୍କ ଘର ପାଖରେ ଚାଉଳ ପହଞ୍ଚାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ମାଗଣା ଚାଉଳ ପାଇଁ ଗାଡ଼ି ଭଡ଼ା ୩ ଶହ । ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ସିନା ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଉଛନ୍ତି । ହେଲେ ଏହି ମାଗଣା ଚାଉଳ ଆଣିବାକୁ ଲୋକଙ୍କୁ ଯେ କେମିତି ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି ତାର ବିକଳ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ରାଇପଙ୍କା ପଞ୍ଚାୟତରେ । ଏହି ପଞ୍ଚାୟତର ଗୁଡ୍ରିପଙ୍କl ହେଉଛି ଏକ ଦୁର୍ଗମ ଗାଁ l ରାଇପଙ୍କl ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏହି ଗାଁର ଦୂରତା ପ୍ରାୟ ୩୦ କିଲୋମିଟର । ପ୍ରତିମାସରେ ଗାଁର ଶତାଧିକ ପରିବାରଙ୍କୁ ମାଗଣା ଚାଉଳ ଆଣିବାକୁ ୨୫୦ରୁ ୩ଶହ ଟଙ୍କା ଗାଡ଼ି ଭଡ଼ା ଦେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି । ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇନଥିବାରୁ ସରକାରୀ ବସ୍ ଯାତାୟତ କରିପାରୁ ନାହିଁ । ଫଳରେ ଲୋକେ ପ୍ରତିମାସରେ ରାସନ ଚାଉଳ ଆଣିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଘୋଡ଼ା ୬ଟଙ୍କାକୁ ଦାନା ୯ଟଙ୍କା । ସରକାରଙ୍କ ମାଗଣା ଚାଉଳକୁ ଗାଡ଼ି ଭଡ଼ା ୩ଶହ ଟଙ୍କା ପ୍ରସଙ୍ଗ ଏହି ଲୋକକଥାକୁ ପ୍ରମାଣିତ କରୁଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଅଭାବୀ ପରିବାର ପାଖରେ ମାଗଣାରେ ଚାଉଳ ପହଞ୍ଚାଇବାକୁ ସରକାର ଯେଉଁ ଯୋଜନା କରିଛନ୍ତି ତାହା କେମିତି ତୃଣମୂଳସ୍ତରରେ ଫଳପ୍ରଦ ହୋଇପାରୁ ନାହିଁ ତାର ଜ୍ବଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ମୋହନା ବ୍ଲକର ଦୁର୍ଗମ ଗାଁ ଗୁଡ୍ରିପଙ୍କାରେ । ଖବର ପ୍ରସାରଣ ପରେ ଯୋଗାଣ ମନ୍ତ୍ରୀଙ୍କ ନଜର ପଡ଼ିଥିଲା । ଆଉ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଘଟଣାର ପ୍ରାସଙ୍ଗିକତାକୁ ଅନୁଭବ କରିବା ସହ ସଙ୍ଗେ ସଙ୍ଗେ ଗଜପତି ଜିଲ୍ଲାପାଳଙ୍କୁ ଫୋନ୍ କରିଥିଲେ । ଆଉ ଗୁଡ୍ରିପଙ୍କା ଗାଁର ଲୋକଙ୍କ ଘର ପାଖରେ ଚାଉଳ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ

କେବଳ ଗଜପତି ଜିଲ୍ଲାର ଗୁଡ୍ରିପଙ୍କା ଗାଁ ନୁହେଁ, ରାଜ୍ୟର ଅନେକ ଦୁର୍ଗମ ଅଂଚଳର ଲୋକେ ଏବେ ବି ରାସ୍ତାଘାଟ ନଥିବାରୁ ସରକାରୀ ରାସନ ସହ ସ୍ବାସ୍ଥ୍ୟ ସେବା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ସରକାର ଏସବୁ ଗାଁକୁ ଚିହ୍ନଟ କରି ଲୋକଙ୍କ ପାଖରେ ସରକାରୀ ସହାୟତା ପହଞ୍ଚାଇବାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ।