LIVE TV

ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା, ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

NEWS7
cm waste

ଭୁବନେଶ୍ୱର ୨୫/୦୯: ଅଳିଆରୁ ପ୍ରସ୍ତୁତ ହେବ ଏନଏର୍ଜି ଆଉ କୋଇଲା । ଆଜି ଏଭଳି  କିଛି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏମସି ପକ୍ଷରୁ ପୁରୁଣା ଭୁବନେଶ୍ୱରରେ ଆୟୋଜିତ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ କିଭଳି ଏକ ନମ୍ବର ମାନ୍ୟତା ମିଳିବ ସେ ଦିଗରେ ଭୁବନେଶ୍ୱର ମହାନଗର ନିଗମ ଆହୁରି ତତ୍ପର ହୋଇ କାମ କରିବାର ଆବଶ୍ୟକତା ଥିବା ସୂଚନା ଦେଇଛନ୍ତି ।

ଭୁବନେଶ୍ୱର କର୍ପୋରେସନ ଅଞ୍ଚଳରୁ ପ୍ରତିଦିନ ୮୦୦ ଟନ ଅଳିଆ ବାହାରୁଛି । ଯେଉଁଥିରେ ୪୦୦ ଟନ ଓଦା ଏବଂ ୩୯୦ ଟନ ପାଖାପାଖି ଶୁଖିଲା ଅଳିଆ ବାହାରୁଛି ।  ଯାହାକୁ ବିଭିନ୍ନ ପଦ୍ଧତିରେ ଡି ସେଣ୍ଟ୍ରାଲାଇଜଡ କରିବା ପାଇଁ  ସ୍ୱତନ୍ତ୍ର ଭାବେ SHG ମା ମାନଙ୍କୁ ଟ୍ରେନିଂ ଦିଆଯାଇଛି । ମାତ୍ର ଅନେକ ସମୟରେ ଭୁବନେଶ୍ୱରରେ ଏହାକୁ ନେଇ ବିରୋଧଭାଷା ମଧ୍ୟ ଦେଖିବାକୁ ମିଳୁଛି । ତେବେ ସହର ବୃଦ୍ଧି ସାଙ୍ଗକୁ ଅଳିଆ ସମସ୍ୟା  ମଧ୍ୟ ବଢୁଛି । ଯାହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ ୱଷ୍ଟେ ଟୁ ଏନଏରଜି ପ୍ଲାଣ୍ଟ, ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ, ଏବଂ ୱଷ୍ଟେ ଟୁ ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ନିର୍ମାଣ ପାଇଁ ଚିନ୍ତା କରୁଛି।

ବାୟୋଗ୍ୟାସ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପାଇଁ ଭୁବନେଶ୍ୱର ମହାନଗର ନିଗମ ଟେଣ୍ଡେର କରୀ ସାରିଥିବା ବେଳେ  ୱଷ୍ଟେ ଟୁ  ବ୍ରିକେଟ ବା ଚାରକୋଲ ପ୍ଲାଣ୍ଟ ପାଇଁ ଆମେ ପ୍ରସ୍ତୁତ ହେଉଛୁ । ଏନେଇ ଆମର  ଗୋଟିଏ ପ୍ରିଲିମିନାରୀ ଆଲୋଚନା ସରିଛି। ଜାଗା ମଧ୍ୟ ଚିହ୍ନଟ ସରିଛି। ପଳାଶୁଣୀରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ତେବେ ଆର୍ଥିକ ଦିଗରୁ କିଛି ସମସ୍ୟା ଅଛି । ତାର ସମାଧାନ ହୋଇ ସରିଲେ ଆମେ କାମ ଆଗକୁ ବଢ଼େଇବୁ । ନିଷ୍ପତ୍ତି ହେବାର ୬ ମାସ ମଧ୍ୟରେ ପ୍ଲାଣ୍ଟ କାମ ସାରିବାକୁ ଆମର ଲକ୍ଷ୍ୟ ଅଛି।  ତେବେ ୱଷ୍ଟେ ଟୁ ଏନଏରଜି ପ୍ଲାଣ୍ଟ ଏକ ଇଣ୍ଡଷ୍ଟ୍ରି ।  ଯାହାକୁ ନେଇ କିଛି କନସଲଟାଣ୍ଟ ଏବଂ ଏକ୍ସପର୍ଟମାନଙ୍କ  ସହ ଆଲୋଚନା ଚାଲିଛି ।

​​​​​​​

ଭୁବନେଶ୍ୱର, କଟକ, ପୁରୀ, ଜଟଣୀ  ଭଳି ପ୍ରମୁଖ ମୁନିସିପାଲିଟିରୁ ବାହାରୁ ଥିବା ସମସ୍ତ ଅଳିଆକୁ ଗୋଟିଏ  ଜାଗାରେ ପ୍ରୋସେସ କରିବାର ଯୋଜନା ରହିଛି। ବର୍ତମାନ ଡିପିଆର କାମ ଜାରି ରହିଛି । ଆଗାମୀ ଦିନରେ ଡିପିଆର ଆସିଲେ ଆମେ ସ୍ପଷ୍ଟ କହିପାରିବୁ । ପ୍ରାୟ ଏକ ହଜାର  କି ଦୁଇ ହଜାର ଟନ ଅଳିଆରୁ ୨୫ ମେଗା୍ୱେଟ ଏନଏରଜି ମିଳିବ । କେବଳ ସେତିକି ନୁହେଁ ଆଗାମୀ ଦିନରେ ବିଭିନ୍ନ କର୍ପୋରେସନ କିମ୍ବା ମୁନିସିପାଲିଟି ଯେଉଁ ଅଂଚଳଗୁଡିକ ପଂଚାୟତରେ ଅଛି ଏବଂ ପରବର୍ତୀ ସମୟରେ ମୁନିସିପାଲିଟିରେ ମିଶିବା ସେ ଅଞ୍ଚଳରେ ଅଳିଆକୁ ମଧ୍ୟ ବ୍ୟବହାର ଯୋଜନା ରଖିଛନ୍ତି ରାଜ୍ୟ ସରକାର।