ସମ୍ବଲପୁର ୫।୯: ଉପରମୁଣ୍ଡରେ ବଢ଼ୁଛି ବର୍ଷା । ହୀରାକୁଦ ଜଳଭଣ୍ଡାରରେ ଜଳପ୍ରବେଶ ବଢ଼ୁଛି । ଫଳରେ ଶୁକ୍ରବାର ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍ ଖୋଲିଛି । ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିଲା । ଏବେ ୮ଟି ଗେଟ୍ ଖୋଲିବା ପରେ ମୋଟ୍ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।
ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବଢିଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୯ ହଜାର ୨୫୮କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ଜଳସ୍ତର ବୃଦ୍ଧିପାଇ ୬୨୬.୬୨ ଫୁଟରେ ପହଞ୍ଚିଛି । ସେହିପରି ୨୪ଟି ଗେଟ୍ ଖୋଲାଥିବାରୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୩ ହଜାର ୯୦୧ କ୍ୟୁସେକ୍ ପାଣି ଛଡାଯାଉଛି ବୋଲି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା କହିଛନ୍ତି ।
