ସମ୍ବଲପୁର ୫।୯: ଉପରମୁଣ୍ଡରେ ବଢ଼ୁଛି ବର୍ଷା । ହୀରାକୁଦ ଜଳଭଣ୍ଡାରରେ ଜଳପ୍ରବେଶ ବଢ଼ୁଛି । ଫଳରେ  ଶୁକ୍ରବାର ପର୍ଯ୍ୟାୟକ୍ରମେ ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍ ଖୋଲିଛି ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିଲା । ଏବେ ୮ଟି ଗେଟ୍ ଖୋଲିବା ପରେ ମୋଟ୍ ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି

ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବଢିଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ଲକ୍ଷ ୬୯ ହଜାର ୨୫୮କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ଜଳସ୍ତର ବୃଦ୍ଧିପାଇ ୬୨୬.୬୨ ଫୁଟରେ ପହଞ୍ଚିଛି । ସେହିପରି ୨୪ଟି ଗେଟ୍ ଖୋଲାଥିବାରୁ ପ୍ରତି ସେକେଣ୍ଡରେ ଲକ୍ଷ ୫୩ ହଜାର ୯୦୧ କ୍ୟୁସେକ୍ ପାଣି ଛଡାଯାଉଛି ବୋଲି ହୀରାକୁଦ ବନ୍ଧ ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା କହିଛନ୍ତି ।