News7 Logo

ବିଦ୍ୟାଳୟରେ ମଦର ଆସର ଜମାଇଥିଲେ ହେଡ୍ ସାର୍, ନିଲମ୍ବନ କଲେ ଶିକ୍ଷା ବିଭାଗ

NEWS7
Suspend

ଝାରସୁଗୁଡ଼ା ୩୯: ବିଦ୍ୟାଳୟରେ ପ୍ରଧାନଶିକ୍ଷକ ମଦ ପିଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ପ୍ରଧାନଶିକ୍ଷକ ଉପେନ୍ଦ୍ର ପଟେଲ ନିଲମ୍ବିତ ହୋଇଛନ୍ତି । ଉପେନ୍ଦ୍ରଙ୍କୁ ନିଲମ୍ବନ କଲେ ଶିକ୍ଷା ବିଭାଗ । ଏ ନେଇ ମଙ୍ଗଳବାର ଖବର ପ୍ରସାରଣ ହୋଇଥିଲା । ଝାରସୁଗୁଡା ସନ୍ନ୍ୟାସୀପାଲି ପ୍ରାଥମିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍କୁଲକୁ ମଦ ପିଇ ଆସିଥିଲେ ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ୍ ସନ୍ନ୍ୟାସୀପାଲି ସ୍କୁଲରେ ଚାଲିଥିଲା ମଦର ଆସର । ହେଡ୍‌ ସାର୍‌ଙ୍କ ସହ ଆଉ କିଛି ଶିକ୍ଷକ ମଦ ପିଇବାରେ ବ୍ୟସ୍ତ ଥିଲେ । ସୋମବାର ରାତି ୯ଟାରେ ପ୍ରଧାନଶିକ୍ଷକ ଉପେନ୍ଦ୍ର ପଟେଲ ଅନ୍ୟ କିଛି ଶିକ୍ଷକଙ୍କ ସହ ସ୍କୁଲ ଖୋଲି ମଦର ଆସର ଜମେଇଥିଲେ । ସେହି ଗାଁର ଜଣେ ଯୁବକ ରାତିରେ ଏଭଳି କାରବାର ଦେଖି ଫଟୋ ଉତ୍ତୋଳନ କଲାବେଳେ ମଦ ପିଉଥିବା ଶିକ୍ଷକ ମାନେ ତାଙ୍କୁ ବାରଣ କରିବା ସହ ମୋବାଇଲ ଛଡ଼ାଇବାକୁ ପ୍ରୟାସ କରିଥିଲେ । ଏମିତି କି ହେଡ୍ ସାର୍ ନିଜର ବସ୍ତ୍ର ଖୋଲି ଖାଲି ଦେହରେ ବସିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ଗାମୁଛା ପିନ୍ଧି ମଦ ବଣ୍ଟନ କରୁଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲେ । ଏ ନେଇ ଖବର ପ୍ରସାରଣ ପରେ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି ।