LIVE TV

ଭୂକମ୍ପରେ ପୁଣି ଥରିଲା ଫିଲିପାଇନ୍ସ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ

NEWS7
Earthquake

ନୂଆଦିଲ୍ଲୀ ୧୩।୧୦; ଫିଲିପାଇନ୍ସର କେନ୍ଦ୍ରୀୟ ଅଞ୍ଚଳରେ ଭୂମିକମ୍ପ ଝଟକା। ଲେୟଟ୍ ଦ୍ୱୀପର ଉପକୂଳରେ ୫.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୫.୦୫ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଟାମ୍ବୋଙ୍ଗନ୍‌ର ଦକ୍ଷିଣ-ଦକ୍ଷିଣପୂର୍ବରେ ପ୍ରାୟ କିଲୋମିଟର ଦୂରରେ ଏବଂ ୧୦ କିଲୋମିଟର ଗଭୀରତାରେ ଥିଲା।​​​​​​​

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲେୟଟ୍ ଏବଂ କେନ୍ଦ୍ରୀୟ ଭିସାୟାସରେ ଏହି ଭୂମିକମ୍ପ ଅନୁଭୂତ ହୋଇଛିଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ସୂଚନା ମିଳିନାହିଁ। କର୍ତ୍ତୃପକ୍ଷ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଦଳକୁ ପରବର୍ତ୍ତୀ ଝଟକା ସମ୍ଭାବନା ବିଷୟରେ ସତର୍କ କରାଇଛନ୍ତି। କୋଠା ଏବଂ ସେତୁ ଯାଞ୍ଚ କରିବା ପାଇଁ ଦଳଗୁଡ଼ିକୁ ପଠାଯାଇଛି।

ଅକ୍ଟୋବର ୧୦ ତାରିଖରେ ହୋଇଥିବା ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିବା ବେଳେ ମିଣ୍ଡାନାଓ ଅଞ୍ଚଳରେ ବ୍ୟାପକ ଆତଙ୍କ ଏବଂ ସୁନାମି ସତର୍କ କରାଇ ଦେଇଛି। ଭୂମିକମ୍ପର ଗଭୀରତା ପ୍ରାୟ ୬୨ କିଲୋମିଟର ଥିଲା, ଯାହା ଫଳରେ ଇଣ୍ଡୋନେସିଆ ଏହାର ଉତ୍ତର ସୁଲାୱେସି ଏବଂ ପାପୁଆ ଅଞ୍ଚଳ ପାଇଁ ସୁନାମି ଚେତାବନୀ ଜାରି କରିଛି।