LIVE TV

ବିପର୍ଯ୍ୟୟ ମୁକାବିଲା ପାଇଁ ନିର୍ମାଣ ହେବ ବିପର୍ଯ୍ୟୟ ଭବନ, ଦୁଇ ବର୍ଷରେ ସରିବ ନିର୍ମାଣ କାମ

NEWS7
Suresh Pujari

ଭୁବନେଶ୍ବର ୪।୧୦: ରାଜ୍ୟରେ ନିର୍ମାଣ ହେବ ବିପର୍ଯ୍ୟୟ ଭବନ । ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ କରିବେ ସରକାରଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ନିର୍ମାଣ ହେବ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ । ବିପର୍ଯ୍ୟୟ ଆସିଲେ ସଂସ୍ଥା ଗୁଡିକ ପ୍ରଭାବିତ ହେବ । ଭୁବନେଶ୍ୱରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବାକୁ ପ୍ରସ୍ତୁତି ସରିଛି । ୨୦୦ କୋଟି ଟଙ୍କାରେ ଦୁଇ ବର୍ଷ ମଧ୍ୟରେ ସଚିବାଳୟ ନିକଟରେ ବିପର୍ଯ୍ୟୟ ଭବନ ନିର୍ମାଣ ହେବ ।

ମଲ୍ଟି ଷ୍ଟୋର୍‌ଡ ଭୂତ୍ତଳ ବିଲ୍ଡିଂ ନିର୍ମାଣ କରାଯିବ । ଏସଆରସି, ଅଗ୍ନିଶମ, ପାଣିପାଗ ବିଭାଗ, ଅନ୍ୟ ସମସ୍ତ ବିପର୍ଯ୍ୟୟ ସମୟରେ କାମ କରୁଥିବା ସଂସ୍ଥା ଗୋଟିଏ ଛାତ ତଳେ ରହିବେ । ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷାକରି କାମ କରିବେ । ସବୁ ଜିଲ୍ଲାକୁ ଏହି ଭବନରୁ ଯେମିତି ଯୋଡ଼ିହେବ ସେ ନେଇ ବ୍ୟବସ୍ଥା କରାଯିବ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ବିପର୍ଯ୍ୟୟ ମୁକାବିଲା ପାଇଁ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ବି ମଗାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।