LIVE TV

ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟାର ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ : ଦକ୍ଷିଣ ଓଡ଼ିଶାରେ ପହଞ୍ଚି ସାରିଲେଣି ୩ ମନ୍ତ୍ରୀ ଏବଂ ଅତିରିକ୍ତ SRC

NEWS7
Suresh Pujari

ଝାରସୁଗୁଡା ୨୬।୯: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି l ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟାର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରସ୍ତୁତ ଅଛି l ତିନି ଜଣ ମନ୍ତ୍ରୀ ଏବଂ ଅତିରିକ୍ତ ଏସଆରସି ଦକ୍ଷିଣ ଓଡ଼ିଶାରେ ପହଞ୍ଚି ସାରିଲେଣି l ପର୍ଯ୍ୟାପ୍ତ ରାସନ, ତରପୋଲିନ, ଓଡିଆରଏଫ ଟିମ୍, ଏନ୍‌ଡିଆରଏଫ ଟିମ୍, ଅଗ୍ନିଶମ ବିଭାଗ ପହଞ୍ଚିଲେଣି l ଖଣି ମନ୍ତ୍ରୀ ବିଭୂତି ଜେନା ଗୋପାଳପୁରରେ ପହଞ୍ଚିଛନ୍ତି । ମତ୍ସ୍ୟ ଏବଂ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଛତ୍ରପୁରରେ କ୍ୟାମ୍ପ୍ କରିବେ । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଗଞ୍ଜାମ ଅଭିମୁଖେ ଗଲେଣି l ବିପର୍ଯ୍ୟୟର ମୁକାବିଲା ପାଇଁ ମାଇକ୍ରୋ ଯୋଜନା କରାଯାଇଛି l ବନ୍ୟା ପରିସ୍ଥିତି ଯଦି ଅଧିକ ହୁଏ ତେବେ ମୁଁ ମଧ୍ୟ ଗଞ୍ଜାମ ଅଭିମୁଖେ ଯାତ୍ରା କରିବି ବୋଲି ରାଜସ୍ୱ ଏବଂ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି l ଓଡ଼ିଶାବାସୀ ବିଲକୁଲ ଭୟଭୀତ ହୁଅନ୍ତୁ ନାହିଁ l ଆମେ ସୁରକ୍ଷା କବଚ ପରି ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ମନ୍ତ୍ରୀ କହିଛନ୍ତି l