News7 Logo

ଡିଜେ କରଦିଲୋ ବଡ଼ ଭୁଲ ! ପାକିସ୍ତାନର ଜାତୀୟ ସଙ୍ଗୀତ ବଦଳରେ ବାଜିଲା 'ଜଲେବି ବେବି'

NEWS7
pakistan

ନୂଆଦିଲ୍ଲୀ ୧୪/୦୯ : ଦୁବାଇରେ ଦମ୍‌ ଦେଖାଇଛି ଟିମ୍ ସୂର୍ଯ୍ୟା । ପୁଣିଥରେ ପାକିସ୍ତାନକୁ ଧୂଳି ଚଟାଇଛି ମେନ୍ ଇନ୍ ବ୍ଲୁ । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି ଭାରତ । ଟିମ୍‌ ଇଣ୍ଡିଆ ଆଗରେ ୧୨୮ ରନର ଟାର୍ଗେଟ ରଖିଥିଲା ପାକିସ୍ତାନ । ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ସମୟରେ ନଜର ଆସିଥିଲା ଅଦ୍ଭୁତ ଦୃଶ୍ୟ । ଏମିତି  କିଛି ଘଟିଥିଲା ଯାହା ସମସ୍ତଙ୍କୁ କରିଛି ତାଜବୁ । ସୋସିଆଲ ମିଡିଆରେ ଭାଇରାଲେ ହେବାରେ ଲାଗିଛି ଏହି ଭିଡିଓ । 
ଭାରତ ଓ ପାକିସ୍ତାନୀ ଦଳ ଜାତୀୟ ସଙ୍ଗୀତ ପାଇଁ ପଡ଼ିଆକୁ ଆସିଥିଲେ । ଏହି ମ୍ୟାଚ୍‌ରେ ପ୍ରଥମେ ପାକିସ୍ତାନର ଜାତୀୟ ସଙ୍ଗୀତ ବାଜିବାର ଥିଲା । ଏହା ପରେ ଭାରତର ଜାତୀୟ ସଙ୍ଗୀତ ବାଜିବାର ଥିଲା, କିନ୍ତୁ ଯେତେବେଳେ ପାକିସ୍ତାନର ଜାତୀୟ ସଙ୍ଗୀତ ବାଜିବାକୁ ଥିଲା । କିନ୍ତୁ ସେତେବେଳେ ଅନ୍ୟ ଏକ ଗୀତ ବାଜିଥିଲା । ଯଦିଓ ଏହା ମାତ୍ର ୪ ସେକେଣ୍ଡ ପାଇଁ ବାଜିଥିଲା । କିନ୍ତୁ ଏହି କାରଣରୁ ଦ୍ୱନ୍ଦ୍ୱର ପରିସ୍ଥିତି ସୃଷ୍ଟି ହୋଇଥିଲା । ତଥାପି ଭୁଲକୁ ସଂଶୋଧନ କରାଯାଇ ପାକିସ୍ତାନର ଜାତୀୟ ସଙ୍ଗୀତ ବାଜିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

DJ played Jalebi Baby song on Pakistan National anthem 🤣#INDvsPAK #BoycottINDvPAK pic.twitter.com/rJBmfvqedI

କହିବାକୁ ଗଲେ ଭାରତ ବିପକ୍ଷ ଏହି ମ୍ୟାଚ୍‌ରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନେ ବହୁତ ଖରାପ ପ୍ରଦର୍ଶନ କରିଥିଲେ। ପାକିସ୍ତାନ ୯୭ ରନ୍‌ରେ ୮ଟି ୱିକେଟ୍ ହରାଇଥିଲା। ଏହି ସମୟରେ ଦଳର ଷ୍ଟାର ଓପନର ସାହିବଜାଦା ଫରହାନ୍ ୪୪ ବଲ୍‌ରେ ସର୍ବାଧିକ ୪୦ ରନ୍ କରିଥିଲେ। ଫଖର ଜମାନ୍ ୧୭ ରନ୍‌ର ଅବଦାନ ଦେଇଥିଲେ। ଶେଷରେ ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ଏକ ଚମତ୍କାର ଇନିଂସ ଖେଳି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଶାହିନ୍ ୧୬ ବଲ୍‌ରେ ୩୩ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ସେ ୩ଟି ଛକା ମାରିଥିଲେ। 

ଭାରତୀୟ ବୋଲରଙ୍କ ଆଗରେ ପାକିସ୍ତାନର ଆଗଧାଡ଼ିର ବ୍ୟଟ୍ସମ୍ୟାନ ଫେଲ୍‌ ମାରିଥିଲେ । ଦଳ ୬୪ ରନରେ ୬ଟି ୱିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ହେଲେ ସାହିନ ଆଫ୍ରିଦି ୧୬ ବଲରୁ ୩୩ ରନ ଏବଂ ସାହିବଜାଦା ଫରହାନ ୪୦ ରନ କରି ପାକିସ୍ତାନର ସ୍କୋରକୁ ୧୨୭ ରନ ନେବାର ସହାୟକ ହୋଇଥିଲେ । କୁଲଦୀପ ୩ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୨ଟି ୱିକେଟ ହାସଲ କରିଥିଲେ ।