LIVE TV

ମାଓବାଦୀ-ଯବାନଙ୍କ ଗୁଳି ବିନିମୟରେ ଗୁରୁତର ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କଲେ ଡିଜିପି

NEWS7
DGP

ବ୍ରହ୍ମପୁର ୨୦।୯: କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମା ରାଇକିଆ ନିକଟରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଯବାନ ପ୍ରେମସିଂ ମାଝୀ ଗୁରୁତର ଘଟଣାରେ ଏମକେସିଜି ମେଡିକାଲକୁ ଗସ୍ତ କରି ସ୍ୱାସ୍ଥ୍ୟାବସ୍ଥା ତଦାରଖ କଲେ ଡିଜିପି । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଧ୍ୟ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏମକେସିଜିରେ ଚିକିତ୍ସିତ ହେଉଥିବା ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡିଜିପି । ଉଚ୍ଚତର ଚିକିତ୍ସା ପାଇଁ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଚିକିତ୍ସା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି । ଆବଶ୍ୟକ ସ୍ଥଳେ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଗଣମାଧ୍ୟମକୁ ଡିଜିପି କହିଛନ୍ତି ।

ସେପଟେ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେବି ସଙ୍ଗୀନ ରହିଛି ବୋଲି ବିଭାଗୀୟ ଡାକ୍ତର କହିଛନ୍ତି । କିଡ଼ନୀ, ଅନ୍ତନଳୀ, ହାତରେ ଗୁଳି ବାଜିଛି । ଅସ୍ତ୍ରୋପଚାର କରି ଗୁଳି ବାହାର କରାଯାଇଛି । କୁତ୍ରିମ ଉପାୟରେ ନିଶ୍ଵାସ ପ୍ରଶ୍ୱାସ ନେଉଥିଲେ । ଏବେ ସ୍ୱାଭାବିକ ଭାବେ ନିଶ୍ଵାସ ପ୍ରଶ୍ୱାସ ନେଉଛନ୍ତି । ଚାଲିବାକୁ ସକ୍ଷମ ହୋଇନାହାନ୍ତି । ୫ ୟୁନିଟ୍ ରକ୍ତ ଦିଆଯାଇଛି । ଆଇସିୟୁରେ ରଖାଯାଇ ଚିକିତ୍ସା ଚାଲିଛି ବୋଲି ଏମକେସିଜି ସର୍ଜରୀ ବିଭାଗୀୟ ମୁଖ୍ୟ ଡାକ୍ତର ଶିବ ପ୍ରସାଦ ପଟ୍ଟନାୟକ କହିଛନ୍ତି ।