LIVE TV

ଉପର ପଡ଼ିଆରେ ହେବ କଟକ ଐତିହାସକ ବାଲିଯାତ୍ରା, ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟ

NEWS7
Baliyatra

କଟକ ୯।୧୦: କଟକ ବାଲିଯାତ୍ରା ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗରେ ହସ୍ତକ୍ଷେପ କଲେନାହିଁ ହାଇକୋର୍ଟଏହା ପ୍ରଶାସନର ଦାୟିତ୍ୱ ଏବଂ ଶୃଙ୍ଖଳିତ ଭାବେ କିପରି ବାଲିଯାତ୍ରା ସମ୍ପାଦନ କରିହେବ, ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ହାଇକୋର୍ଟ । ଗୁରୁବାର କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ । ତେବେ ପୂର୍ବ ରାୟର କାର୍ଯ୍ୟକାରିତା ସମ୍ପର୍କରେ କଟକ ଜିଲ୍ଲାପାଳ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ତାକୁ ନେଇ ବେଶ ଲମ୍ବା ସମୟ ଧରି ତର୍ଜମା ଚାଲିଥିଲା । ତେବେ ବାଲିଯାତ୍ରା ସ୍ଥାନ ନିରୂପଣ ବାବଦରେ ପୂର୍ବରୁ କୌଣସି ନିର୍ଦ୍ଦେଶ ହୋଇନାହିଁ, ଏଣୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ ।

ବାଲିଯାତ୍ରା ଆୟୋଜନ କରିବା ହେଉଛି ପ୍ରଶାସନର ଦାୟିତ୍ୱ, ତେବେ ବାଲିଯାତ୍ରା ବେଳେ ଯେପରି ରାସ୍ତା ଅବରୋଧ ନହୁଏ, ଯେପରି ଶବ୍ଦ ପ୍ରଦୂଷଣ ନହେବ ତା ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ହୋଇଛି । କ୍ଷୁଦ୍ର ବ୍ୟବସାୟୀ ତଥା ଉଠା ଦୋକାନୀ ମାନଙ୍କୁ ଉପଯୁକ୍ତ ସ୍ଥାନରେ ଏବଂ ବିନା ମୂଲ୍ୟରେ ଥଇଥାନ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ହୋଇଛି । ଚଳିତ ବର୍ଷ କେବଳ ତଳ ପଡିଆରେ ବାଲିଯାତ୍ରା କରାଇବା ଲାଗି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । ଯାହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।​​​​​​​

ସେପଟେ, ବାଲିଯାତ୍ରା ଗ୍ରାଉଣ୍ଡ୍‌ ନୋ ଡ୍ରୋନ୍‌ ଜୋନ୍‌ଘୋଷଣା । ଏ ନେଇ ନିର୍ଦ୍ଦେଶନାମା ଜାରି କଲେ କଟକ ଜିଲ୍ଲାପାଳ । ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ନୋ ଡ୍ରୋନ୍‌ ଜୋନ୍‌ଘୋଷଣା କରାଯାଇଛି । ବାଲିଯାତ୍ରା ଗ୍ରାଉଣ୍ଡର ୫ କି.ମି. ପରିଧି ପାଇଁ କଟକଣା ଜାରି ହୋଇଛି । ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା ହୋଇଛି । ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, UAV, ଡ୍ରୋନ୍‌ ମଧ୍ୟ ମନା କରାଯାଇଛି ।
ଐତିହାସିକ ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜିତ ହେବ ।