LIVE TV

କର୍ଣ୍ଣାଟକରୁ ବରଗଡ଼ ଜିଲ୍ଲାକୁ ଆସିଥିବା କଫ୍ ସିରପ୍ ସିଜ୍, ରାଜ୍ୟବାସୀ ଭୟଭୀତ ନହେବାକୁ ପରାମର୍ଶ

NEWS7
Cough syrup

ଭୁବନେଶ୍ବର ୪।୧୦: ମଧ୍ୟପ୍ରଦେଶରେ କଫ୍ ସିରପ୍ ଖାଇ ଶିଶୁ ମୃତ୍ୟୁ ପରେ ଆକ୍ସନ ମୋଡରେ କେନ୍ଦ୍ର ଓ  ରାଜ୍ୟ ସରକାର । କର୍ଣ୍ଣାଟକରୁ ଓଡ଼ିଶା ସହ ୪ ରାଜ୍ୟକୁ ଆସିଥିଲା ଏହି କଫ୍ ସିରପ୍ । ବରଗଡ଼ ଜିଲ୍ଲାକୁ ୧୩୦ଟି କଫ୍ ସିରପ୍ ଆସିଥିଲା ବୋଲି ଭେଷଜ ନିୟନ୍ତ୍ରକ ମମିନା ପଟ୍ଟନାୟକ କହିଛନ୍ତି । ତାକୁ ଡ୍ରକ୍ସ କଣ୍ଟ୍ରୋଲ ବିଭାଗ ତରଫରୁ ସିଜ୍ କରିବା ସହ ଲ୍ୟାବକୁ ପଠା ଯାଇଛି । କୌଣସି ରିଟେଲର ପାଖକୁ ଏହା ଯାଇନି । ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ ।

ମଧ୍ୟପ୍ରଦେଶ ଘଟଣା ପରେ କେନ୍ଦ୍ର ସରକାରଙ୍କ ସତର୍କତାମୂଳକ ଆଡ଼ଭାଇଜରି ଜାରି କରିଛନ୍ତି । ୨ ବର୍ଷରୁ କମ୍ ପିଲାଙ୍କୁ କଫ୍ ସିରପ୍ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇନାହିଁ । ଡାକ୍ତରଙ୍କ ପରାମର୍ଶ ନେଇ ଦେଇପାରିବେ । ବରଗଡ଼କୁ ଆସିଥିବା ୧୩୦ କଫ୍ ସିରପ୍ ଜବତ ପରେ ରାଜ୍ୟର ସମସ୍ତ ଡ୍ରଗିଷ୍ଟ, କେମିଷ୍ଟ ଆସୋସିଏସନ ଓ ରିଟେଲରଙ୍କୁ ଚେତବନୀ ଦେବା ସହ ସର୍କୁଲାର ଜାରି କରାଯାଇଛି । ଲୋକଲ ମ୍ୟାନୁଫେକଚର କମ୍ପାନୀଙ୍କ ସହ ବୈଠକ କରାଯାଇଛି । ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି । ବର୍ତ୍ତମାନ ସୁଧା ଆମ ରାଜ୍ୟରେ କଫ୍ ସିରପ୍କୁ ନେଇ କୌଣସି ସାଇଡ଼ ଇଫେକ୍ଟ ହୋଇନାହିଁ । ଏହାସହ ଟାକ୍ସ ଫୋର୍ସ ସହାୟତାରେ ଚଢାଉ ଜାରି ରହିଛି । ଆଗକୁ ରହିବ ବୋଲି ଭେଷଜ ନିୟନ୍ତ୍ରକ କହିଛନ୍ତି ।