LIVE TV

ବିଜେଡି-ବିଜେପି ସାଙ୍ଗରେ ମିଶି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି

NEWS7
Congress MLA

ଭୁବନେଶ୍ବର ୨୧।୯: ବିଧାନସଭା ଠିକ୍‌ରେ ନଚାଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସେ କହିଛନ୍ତି, ବିଜେପି ଏବଂ ବିଜେଡି ଉଭୟ କୁଚକ୍ର ଏବଂ ଓଡ଼ିଶାବାସୀଙ୍କୁ ଠକିବା ପାଇଁ ବିଧାନସଭାକୁ ବନ୍ଦ କରୁଛନ୍ତି । ଗୃହ ଯଦି ଚାଲିବ, ଅନାସ୍ଥା ପ୍ରସ୍ତାବ ଯଦି ଗୃହୀତ ହେବ,  ତାହେଲେ ଆଲୋଚନା ପାଇଁ ବାଧ୍ୟ ହେବେ । ବିଜେଡି ଯଦି ସହଯୋଗ କରିବ, ତାହେଲେ ଆଲୋଚନାକୁ ଯିବୁ । ବିଜେଡି ସହଯୋଗ ନ କଲେ ମଧ୍ୟ ଆଲୋଚନାକୁ ଯିବୁ । ବିଜେପି ଏବଂ ବିଜେପି ଉଭୟ ଗାତରେ ପଡ଼ି ଯାଇଛନ୍ତି ।

ବିଜେଡି, ବିଜେପି ସାଙ୍ଗରେ ମିଶି ଜାଣିଶୁଣି ବିଧାନସଭାକୁ ବନ୍ଦ କରୁଛନ୍ତି । ଆଲୋଚନା କିପରି ଭାବରେ ନ ହେଉ । ସେଥିପାଇଁ ବିଧାନସଭାକୁ ବନ୍ଦ କରୁଛନ୍ତି । ପୂର୍ବ ସେସନରେ ମହିଳା ପ୍ରସଙ୍ଗ ଉଠାଇଥିଲୁ, ବିଧାନସଭା କମିଟି ଚାହୁଁଥିଲୁ, ଘଣ୍ଟ ବାଡେଇ ଦାବି କରିଥିଲୁ, ସେତେବେଳେ ବାଚସ୍ପତି ଗୃହକୁ ବନ୍ଦ କରୁ ନଥିଲେ । ଏବେ ଗୋଟେ ମିନିଟ୍ ଭିତରେ ବିଧାନସଭାକୁ ବନ୍ଦ କରିଦେଉଛନ୍ତି ।

ବିଜେଡି-ବିଜେପି ସଲାସୁତୁରା କରି ବିଧାନସଭାକୁ ବନ୍ଦ କରୁଛନ୍ତି । ସେପଟେ ଶାସକ ଦଳର ହାତ ନଥିଲେ ୧୦ଟା ୪ମିନିଟ୍‌ରେ ବିଧାନସଭା ବନ୍ଦ ହେବ କେମିତି । ଯେହେତୁ ଶାସକ ଦଳର ସମ୍ପୂର୍ଣ୍ଣ ସହଯୋଗ ରହୁଛି ବିଜେଡିକୁ, ସେଥିପାଇଁ ସେମାନେ ବିଧାନସଭା ବନ୍ଦ କରି ଦେଉଛନ୍ତି ।

ସର୍ବଦଳୀୟ ବୈଠକ ଡାକିବା ଦରକାର । ବାଚସ୍ପତି କାହିଁକି ସର୍ବଦଳୀୟ ବୈଠକ ଡାକୁନାହାନ୍ତି । ସର୍ବଦଳୀୟ ବୈଠକ ନଡାକିବା ଦ୍ଵାରା ବିଧାନସଭା ଚାଲି ପାରୁନାହିଁ । ବିଧାନସଭା ଚାଲିବାର ରାସ୍ତା ଖୋଲିବା ଦରକାର । ବିଧାନସଭା କିଭଳି ଚାଲିବ ସହମତି ଭାବରେ, ସେ ନେଇ ରାସ୍ତା ବାହାର କରିବା ଦରକାର ବୋଲି ତାରା କହିଛନ୍ତି ।