News7 Logo

ଚାଷୀ ସାର ପାଇଁ ଲାଇନ୍ ଲଗାଉଛନ୍ତି, ହେଲେ ସାର ପାଉ ନାହାନ୍ତି

NEWS7
Congress

ଭୁବନେଶ୍ବର ୧୪।୯: କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ମିଳିଲାନି ସାର । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ କହିଛନ୍ତି, ରାଜ୍ୟରେ ଦେଢ଼ ମାସ ହେବ ଚାଷୀଙ୍କ ପାଇଁ ଯେଉଁପରି ଆନ୍ତରିକତା ଦେଖାଇବା କଥା, ତାହା ଦେଖାଉ ନାହାନ୍ତି ସରକାର । ଲୋକେ ସାର ପାଇଁ ଲାଇନ୍ ଲଗାଉଛନ୍ତି । ଚାଷୀ ପାଉ ନାହାନ୍ତି । ଚଢ଼ା ଦରରେ ବିକ୍ରି ହେଉଛି । ହେଲେ ପ୍ୟାକ୍ସ କି ଲ୍ୟାମ୍ପସରେ ସାର ନାହିଁ । ହେଲେ ମନ୍ତ୍ରୀ ଯେଉଁ କହୁଛନ୍ତି ସାରର ଅଭାବ ନାହିଁ, ତାହାଲେ ସାର କେଉଁଠି ଲୁଚାଇ ରଖିଛନ୍ତି । ମୁଁ ବି ଜଣେ ଚାଷୀ । ମୋତେ ବି ସାର ମିଳିନି । ୧୦ ବସ୍ତା ସାର ଦରକାର । ମୁଁ ଲୋକ ଲାଇନରେ ଠିଆ କରାଇଲି, ହେଲେ ସାର ମିଳିଲା ନାହିଁ । ଅଧିକ ଦରରେ ସାର କିଣିବାକୁ ମିଳୁଛି । ଚାଷୀ ଚାଷ କରୁଛି । ଭଲ ଚାଷ ପାଇଁ ବାହାରୁ ବାଧ୍ୟ ହୋଇ ସାର କିଣିବାକୁ ପଡୁଛି । କଂଗ୍ରେସ ସରକାର ସମୟରେ ୨୦୦ ଟଙ୍କାରେ ସାର ମିଳୁଥିଲା । ହେଲେ ଏବେ ୧୪୦୦ରୁ ଅଧିକ ଟଙ୍କା ଚଢ଼ା ଦରରେ ଚାଷୀ କିଣିବାକୁ ଚାହିଁଲେ ବି ସାର ମିଳୁନି । ବିଧାନସଭାରେ ସାର ଅଭାବ କଥା କଂଗ୍ରେସ ଉଠାଇବ ବୋଲି ରାମଚନ୍ଦ୍ର କାଡାମ୍ କହିଛନ୍ତି ।