LIVE TV

କୃଷିକ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା

NEWS7
CM

ଭୁବନେଶ୍ବର ୧୧।୧୦: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା, ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହିସବୁ ଯୋଜନା ଗୁଡ଼ିକ କୃଷିକ୍ଷେତ୍ରରେ କୃଷକମାନଙ୍କୁ ଆତ୍ମନିର୍ଭର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଥିଲେ । କୃଷକ ଭାଇଭଉଣୀ ମାନଙ୍କ ପାଇଁ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଓ ଡାଲି ଶସ୍ୟରେ ଆତ୍ମନିର୍ଭର ମିଶନ କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ପାଇଁ ମିସ୍ପକୁ ଦ୍ବିଗୁଣିତ ଆମ ସରକାର କରିଛି । ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଚାଷୀ କ୍ଷତିପୂରଣ ପାଉଛି । ୧୭ଟି ଜିଲ୍ଲାରେ ଚାଷୀଙ୍କ କ୍ଷୟକ୍ଷତି ଚିହ୍ନଟ କରି କେନ୍ଦ୍ର ସରକାରଙ୍କୁ ଦେଲୁ ଓ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଲେ । ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅଦିନିଆ ବର୍ଷା ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଅର୍ଥ ଦେଇଥିଲୁ । ଓଡ଼ିଶାରେ କେବେ ହୋନଥିଲା । ପ୍ରଥମ ଥର ଆମ ସରକାର ଦେଲେ ।

ଆମେ ଆତ୍ମନିର୍ଭର ପାଇଁ ଫୋକସ୍ କରୁଛୁ । ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଅଛୁ, ଏହାକୁ ଆମେ ନିଜ ରାଜ୍ୟରେ କରିବା ପାଇଁ ଚେଷ୍ଟା କରୁଛୁ । ଓଡ଼ିଶା ବଜେଟ୍‌ରେ ୩୭୮୦୦ କୋଟି ଟଙ୍କା କରିଛୁ ସମୃଦ୍ଧ କୃଷକ ଯୋଜନାରେ । ଇନପୁଟ୍ ସବ୍‌ସିଡି ପରେ ଚାଷୀଙ୍କ ଉତ୍ସାହ ବଢିଛି । ଯାହାକି ଖାଲି ପଡୁଥିବା ପଡିଆରେ ବି ରବି ଋତୁରେ ଚାଷ ହେଲା ।

ସୁଭଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରୁଛି । ବାର୍ଷିକ ମୁଣ୍ଡ ପିଛା ଆୟ ୩୩ ହଜାରରୁ ୬୦ ହଜାରକୁ ବୃଦ୍ଧି ପାଇଛି l ଏହି ଯୋଜନା ଆଗାମୀ ଦିନରେ କୃଷିକୁ ବହୁ କ୍ଷେତ୍ରରେ ଆଗକୁ ନେବ ଆୟ ବୃଦ୍ଧି କରିବ । ଅର୍ଥକାରୀ ଫସଲ ଉପରେ ଗୁରୁତ୍ୱ । ଚାଷର ବିବିଧିକରଣ କରିବାରେ ଗୁରୁତ୍ୱ ଦେବେ ।

ଡ଼ିଶା ମାଛ କ୍ଷେତ୍ରରେ ଆତ୍ମନିର୍ଭର ହୋଇସାରିଲାଣି । ଆମ ସରକାର ଅଣ୍ଡା, ମାଛରେ ଉତ୍ପାଦନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିଛି । ହୀରାକୁଦରେ ମାଛ ଚାଷ ପାଇଁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ ହେଉଛି । ସମ୍ବଲପୁର ମାଛ ଚାଷରେ ବିପ୍ଳବ ହେବ ପୂର୍ବ ଭାରତରେ ଏହାକୁ ଆଗକୁ ନେବ ଭୁବନେଶ୍ୱର ପାଣ୍ଡରାରେ ମାଛ ହୋଲସେଲ ନିର୍ମିତ ହେବାକୁ ଯାଉଛି । ୨୦୨୭ ସୁଦ୍ଧା ସରିବ ପ୍ରକଳ୍ପ । ବ୍ଲୁ ରେଭୋଲୁସନରେ ଓଡ଼ିଶା ନିଜର ପରିଚୟ ସୃଷ୍ଟି କରିବ । ୨୨୩୯ କୋଟି ଟଙ୍କା ମତ୍ସ୍ୟ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ବ୍ୟୟବରାଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି