ଭୁବନେଶ୍ବର: ପୂର୍ବ ଓଡ଼ିଶାର ସର୍ବ ବୃହତ ଟାଇଲ୍ ଏବଂ ସାନିଟାରୀ ସଲ୍ୟୁସନ୍‌ ବ୍ରାଣ୍ଡ୍ "ସେରାମିକ୍ ୱାର୍ଲ୍ଡ"ର ନୂଆ ସୋ' ରୁମ୍ ଭୁବନେଶ୍ୱରର କଟକ-ପୁରୀ ବାଇପାସ୍ ରୋଡ଼ରେ ଉଦଘାଟିତ ହୋଇଛି । ୨୫ ହଜାର ବର୍ଗଫୁଟରେ ବିସ୍ତୃତ ଏହି ସୋ' ରୁମ୍‌ଟି ଗୃହ ମାଲିକ, ଆର୍କିଟେକ୍ଟ ଏବଂ ଇଣ୍ଟେରିୟର ଡିଜାଇନରମାନଙ୍କୁ ଏକ ଆକର୍ଷଣୀୟ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି I

ଏହି ସୋ' ରୁମ୍‌ରେ ସିମ୍ପୋଲୋ, ନେକ୍ସି ଓନ୍, କୋହଲର୍ ଏବଂ ନିଓଟ୍ରା ଭଳି ଖ୍ୟାତି ସମ୍ପନ୍ନ ବ୍ରାଣ୍ଡ୍‌ମାନଙ୍କର ପ୍ରିମିୟମ ଟାଇଲ୍, ସାନିଟାରୀ ଷ୍ଟେୟାର, ଫସେଟ୍ ଏବଂ ୱେଲନେସ୍ ଉତ୍ପାଦଗୁଡ଼ିକର ସ୍ୱତନ୍ତ୍ର ସଂଗ୍ରହ ରହିଛି। ଏହା ସହ ନୂତନ ଏକ୍ସପିରିଏନ୍ସ ଆଉଟ୍‌ଲେଟ୍ ମାଧ୍ୟମରେ ଗ୍ରାହକଙ୍କୁ ଆକର୍ଷଣୀୟ ଡିଜାଇନ୍ ଏବଂ ଗୁଣବତ୍ତା ବିଶିଷ୍ଟ ଜିନିଷ ପ୍ରଦାନ ପାଇଁ ପ୍ରତିବଦ୍ଧତା ରଖୁଥିବା କହିଛନ୍ତି ସେରାମିକ୍ ୱାର୍ଲ୍ଡ​​​​​​​ର ନିର୍ଦ୍ଦେଶକ ମନୀଷ ସେଠ୍।

​​​​​​​ସେରାମିକ୍ ୱାର୍ଲ୍ଡ ସୋ' ରୁମ୍ ସୌନ୍ଦର୍ଯ୍ୟ, ଅଭିନବ ଡିଜାଇନ୍ ଏବଂ କାର୍ଯ୍ୟକ୍ଷମତାର ଏକ ମିଶ୍ରଣ, ଯେଉଁଥିରେ ଟାଇଲ୍, ସାନିଟାରୀ ୱେୟାର୍, ବାଥ୍ ଫିଟିଂସ୍ ଏବଂ ବିଳାସପୂର୍ଣ୍ଣ ୱେଲନେସ୍ ଉତ୍ପାଦଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ବିଭାଗ ରହିଛି । ଗୋଟିଏ ଘର ପାଇଁ ଦରକାର ଥିବା ସବୁ ପ୍ରକାର ଆକର୍ଷଣୀୟ ଇଣ୍ଟରିୟର୍, ଟାଇଲ୍ ଏବଂ ସାନିଟାରୀ ୱେୟାର ଗ୍ରାହକ ମାନେ ଗୋଟିଏ ଛାତ ତଳେ ପାଇପାରିବେ । ୨୦୦୦ ମସିହାରେ ପ୍ରତିଷ୍ଠିତ ସେରାମିକ୍ ୱାର୍ଲ୍ଡ ବିଶ୍ବାସ, ଉନ୍ନ‌ତ ଡିଜାଇନ୍ ଏବଂ ଉତ୍ତମ ସେବା ପାଇଁ ଜଣାଶୁଣା। ବହୁ ବର୍ଷ ଧରି ସେରାମିକ୍ ୱାର୍ଲ୍ଡ ହଜାର ହଜାର ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଆସିଛି ।​​​​​​​

​​​​​​​​​​​​​​​​​​