LIVE TV

ବକେୟା ଟଙ୍କା ଦେବାକୁ ଏବଂ ବଳକା ଚାଉଳ ନେବାକୁ କେନ୍ଦ୍ର ଅରାଜି, ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି

NEWS7
Assembly

ଭୁବନେଶ୍ବର ୨୪।୯: କେନ୍ଦ୍ର ଉଠାଉନି ରାଜ୍ୟ ଚାଉଳ । ବକେୟା ୮ ହଜାର କୋଟି ଟଙ୍କା ଦେବାକୁ କେନ୍ଦ୍ର ଅରାଜି । ବକେୟା ଟଙ୍କା ଦେବା ଏବଂ ବଳକା ଚାଉଳ ନେବାକୁ କେନ୍ଦ୍ର ଅରାଜି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ବିଧାନସଭାରେ ବିରୋଧୀଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି ।

ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି । ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ ଏହାକୁ ନିଲାମ କରିବାକୁ ଯୋଜନା କରୁଛନ୍ତି ସରକାର ।

ଏହାସହ ୧୧ଟି ଜିଲ୍ଲାକୁ ୩ ମାସର ଅଧିକ ଚାଉଳ ଦିଆଯାଇଛି । ରାଜ୍ୟରେ ମୋଟ୍ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା । ଯେଉଁଥିରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବ୍ୟବହାର ହୋଇଛି । ୮ ବର୍ଷରେ କେନ୍ଦ୍ର ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।