LIVE TV

ଆନ୍ଦୋଳନରେ ସିଆରପି, ଏମବିକେ ଓ ବ୍ୟାଙ୍କ୍ ମିତ୍ର : ବର୍ଷାରେ ଭିଜି ଭିଜି ମାଗିଲେ ହକ୍

NEWS7
Bhadrak

ଭଦ୍ରକ ୨୬।୯: ବର୍ଷାରେ ଭିଜି ଭିଜି ମହିଳା ମାନେ ମାଗିଲେ ହକ୍ । ଆନ୍ଦୋଳନରେ ସିଆରପି, ଏମବିକେ ଓ ବ୍ୟାଙ୍କ୍ ମିତ୍ର । ବକେୟା ଦରମା ମୁଖ୍ୟ ଦାବି ରହିଥିବା ବେଳେ ବିଭିନ୍ନ ବ୍ଲକ ସମ୍ମୁଖରେ ଧରଣା ଜାରି ରଖିଛନ୍ତି । ତେବେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ରେ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ମହିଳା ମାନେ ବ୍ଲକ୍ ସମ୍ମୁଖରେ ଆନ୍ଦୋଳନ କରୁଥିବା ବେଳେ ଗାଡ଼ି ରଖିବା ପାଇଁ ସେମାନଙ୍କୁ ବାହାରକୁ ଯିବାକୁ କୁହାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଏହି ସମୟରେ ବର୍ଷା ହେବାରୁ ଆନ୍ଦୋଳନ କରୁଥିବା ମହିଳା ମାନେ କୁଆଡ଼େ ଯାଇ ନପାରି ବର୍ଷାରେ ଭିଜିଥିଲେ । ଭିଜି ଭିଜି ଆନ୍ଦୋଳନ କରୁଥିବା ବେଳେ ଧାମନଗର  ପୋଲିସ ପହଞ୍ଚି ବୁଝାସୁଝା କରିଛି ।