LIVE TV

ପାକିସ୍ତାନ ଉପରେ ହେବକି ଏୟାରଷ୍ଟ୍ରାଇକ୍‌ ? ପାକିସ୍ତାନ ମୁଖିଆ ଛାନିଆଁ, ସେନା ସହ କଥା ହେଲେ ମୁନିର

NEWS7
Asim Munir

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ହେବକି ଏୟାରଷ୍ଟ୍ରାଇକ୍‌? ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସେନା ମୁଖ୍ୟଙ୍କ କଡ଼ା ସନ୍ଦେଶ ପରେ ଆତଙ୍କୀ ଦେଶରେ ହଇଚଇପାକିସ୍ତାନ ମୁଖିଆ ଏବେ ଛାନିଆଁ ସେନା ସହ କଥା ହେଲେ ମୁନିର ଶତ୍ରୁଙ୍କୁ ଜବାବ ଦେବାକୁ ଦେଲେ ନିର୍ଦ୍ଦେଶ ପ୍ରସ୍ତୁତ ରହିବା ଏବଂ ଫିଟନେସ୍ ବଜାୟ ରଖିବାକୁ ସେନାଙ୍କୁ ପରାମର୍ଶ ରାୱଲପିଣ୍ଡିର ଜେନେରାଲ ମୁଖ୍ୟାଳୟରେ ୨୭୨ତମ କର୍ପସ କମାଣ୍ଡର ସମ୍ମିଳନୀରେ ଭାରତ ପ୍ରତି ଆଲର୍ଟ ରହିବାକୁ କହିଛନ୍ତି ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଚେତାବନୀ ପରେ ପାକିସ୍ତାନୀ ସେନା ଭିତରେ ଭୟର ବାତାବରଣ ଏହାକୁ ନେଇ ବୈଠକରେ ଚିନ୍ତା ପ୍ରକଟ କରିଛନ୍ତି ଅସୀମ ମୁନିରପାକିସ୍ତାନ ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ବୋଲି ପରୋକ୍ଷରେ ଭାରତକୁ ଧମକ ଦେଇଛନ୍ତି ମୁନିର

ସେ କହିଛନ୍ତି, ପ୍ରତ୍ୟେକ ଆକ୍ରମଣର ଦ୍ରୁତ ଏବଂ ଆକ୍ରମଣାତ୍ମକ ଜବାବ ଦିଆଯିବ। ଯଦି କୌଣସି ଆକ୍ରମଣ ହୁଏ, ତେବେ ଆମର ସେନା ଶକ୍ତି ଏବଂ ଅଧିକ ଦୃଢ଼ତାର ସହିତ ଜବାବ ଦେବ। ପାକିସ୍ତାନୀ ସେନା ସମ୍ପୂର୍ଣ୍ଣ ସକ୍ଷମସେ ତାଙ୍କ ସୈନିକମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ଅନୁରୋଧ କରିଛନ୍ତି। ସେନାକୁ ସର୍ବଦା ଶୃଙ୍ଖଳା ବଜାୟ ରଖିବାକୁ, ଶାରୀରିକ ସୁସ୍ଥତା ଉପରେ ଧ୍ୟାନ ଦେବାକୁ ଏବଂ ସବୁବେଳେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁନିର

ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି ମୁନିର କହିଛନ୍ତି କାଶ୍ମୀର ଲୋକଙ୍କ ସହିତ ଠିଆ ହୋଇଛି ପାକିସ୍ତାନସମ୍ମିଳନୀରେ କମାଣ୍ଡରମାନେ ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ପ୍ରତିରକ୍ଷା ଚୁକ୍ତିକୁ ମଧ୍ୟ ପ୍ରଶଂସା କରିଥିଲେ। କହିଥିଲେ ଯେ ଏହା ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ସହଭାଗୀତାକୁ ସୁଦୃଢ଼ ​​କରିବା ଏବଂ ପାରସ୍ପରିକ ପ୍ରତିରକ୍ଷା ସ୍ୱାର୍ଥକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ବିଜୟା ଦଶମୀ ଅବସରରେ ରାଜନାଥ ସିଂହ ଗୁଜୁରାଟର ଭୁଜରୁ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଥିଲେ କହିଥିଲେ- ଯଦି ଶତ୍ରୁ ଦେଶ କୌଣସି ଦୁଃସାହସିକ କାର୍ଯ୍ୟ କରିବାକୁ ଚେଷ୍ଟା କରେ, ତେବେ ପାକିସ୍ତାନର ଇତିହାସ ଏବଂ ଭୂଗୋଳ ପରିବର୍ତ୍ତନ ହେବଭାରତ ଆଲୋଚନା ମାଧ୍ୟମରେ ସର୍ କ୍ରିକ୍ ସମସ୍ୟାର ସମାଧାନ କରିବାକୁ ବାରମ୍ବାର ଚେଷ୍ଟା କରିଛି, କିନ୍ତୁ ପାକିସ୍ତାନର ଉଦ୍ଦେଶ୍ୟ ଅସ୍ପଷ୍ଟ ରହିଛି। ସର୍ କ୍ରିକ୍ ହେଉଛି ଭାରତର ଗୁଜରାଟ ଏବଂ ପାକିସ୍ତାନର ସିନ୍ଧ ପ୍ରଦେଶ ମଧ୍ୟରେ ଅବସ୍ଥିତ ୯୬ କିଲୋମିଟର ଲମ୍ବା ଏକ ମାର୍ଶଲ୍ୟାଣ୍ଡ।

ସେହିପରି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନକୁ ମଧ୍ୟ ଚେତାବନୀ ଦେଇଥିଲେ ଯେ ଯଦି ପାକିସ୍ତାନ ତାର କାର୍ଯ୍ୟକଳାପରୁ ନିବୃତ୍ତ ନହୁଏ, ତେବେ ଏହାକୁ ବିଶ୍ୱ ମାନଚିତ୍ରରୁ ପୋଛି ଦିଆଯିବ। ଭାରତର ଚେତାବନୀ ପରେ ଏବେ ଆତଙ୍କୀ ଦେଶରେ କୋକୁଆ ଭୟ
​​​​​​​