News7 Logo

ଏଣିକି ଓ୍ବେବସାଇଟରେ ବୁକିଂ ହେବ ରବିନ୍ଦ୍ର ମଣ୍ଡପ ଓ ସୂଚନା ଭବନ

NEWS7
Bookings for Rabindra Mandap and Suchana Bhawan will now through the website.

ଭୁବନେଶ୍ବର: ସହଜ ହେଲା ରବିନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଓ ସୂଚନା ଭବନର ମଣ୍ଡପର ବୁକିଙ୍ଗ। ଏଣିକି ଓ୍ବେବସାଇଟ୍‌ରେ ହେବ ମଣ୍ଡପର ବୁକିଂ। ଏଥିପାଇଁ ଏକ ସ୍ବତନ୍ତ୍ର ୱେବସାଇଟ ସଂସ୍କୃତି ବିଭାଗ ପକ୍ଷରୁ ଲଞ୍ଚ କରାଯାଇଛି। ୱେବସାଇଟକୁ ଯାଇ ସହଜରେ ମଣ୍ଡପ ବୁକ୍ କରିପାରିବେ, ଆବଶ୍ୟକ ପଡ଼ିଲେ ରିଫଣ୍ଡ ବି ପାଇପାରିବେ ।

ବୁଧବାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚିତ କରିଛନ୍ତି। ଏହା ବାଦ୍ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ୱେବ୍‌ସାଇଟକୁ ମଧ୍ୟ ମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଏହି ୪ଟି ଏକାଡେମୀର ସବୁ ତଥ୍ୟ ସାଧାରଣ ଲୋକମାନେ ୱେବସାଇଟରୁ ପାଇପାରିବେ। ଭୁବନେଶ୍ୱର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା "ମୋ ସ୍ବପ୍ନର ଓଡ଼ିଶା-୨୦୩୬" କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଉନ୍ମୋଚିତ କରିଛନ୍ତି।

ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହର୍‌ର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୧୫ ଜଣ ସ୍ବେଛାସେବୀଙ୍କୁ ସମ୍ମାନିତ କରାଯାଇଛି। ଏହି ୧୫ ଜଣ ହର୍‌ର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ନିଜ ଆଡୁ ସିଧାସଳଖ ଯୋଡ଼ି ହୋଇଥିଲେ । ତେଣୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହାଛଡ଼ା ଚିତ୍ରକଳା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।