LIVE TV

ମିଳିଲା ଛାତ୍ରଙ୍କ ମୃତଦେହ, ୩ ଦିନ ହେବ ଥିଲେ ନିଖୋଜ : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

NEWS7
Aska

ଆସ୍କା ୩୦।୯: ତିନି ଦିନ ଧରି ନିଖୋଜ ଥିବା ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର I ମୃତ ଛାତ୍ର ଜଣକ ହେଲେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଖଣ୍ଡାରାବଳୀ ଗ୍ରାମର ବୋଲି ଜଣାପଡିଛି । ଖଣ୍ଡାରାବଳୀ-ରାମଣା ପଲ୍ଲୀ ରାସ୍ତା ନିକଟରୁ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ଅପରପକ୍ଷରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି l

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ଦିନ ୧୨ଟା ସମୟରେ ଛାତ୍ରଙ୍କର ଜଣେ ସାଙ୍ଗ ଘରକୁ ଡାକିବାକୁ ଆସିଥିଲେ l ପରେ ଦୁହେଁ ମିଶି ବାହାରକୁ ବୁଲିବାକୁ ଯାଇଥିଲେ l କିନ୍ତୁ ଛାତ୍ର ଜଣଙ୍କ ଆଉ ଘରକୁ ଫେରିନଥିଲେ l ପୁଅ ଘରକୁ ନଫେରିବା ଦେଖି ତାଙ୍କ ମା’ ତାଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରିଥିଲେ l ଛାତ୍ରଙ୍କ ସାଙ୍ଗମାନେ କୌଣସି ସୂଚନା ଦେଇନଥିବା ବେଳେ ପରିବାର ଲୋକେ ପ୍ରଥମେ ଖୋଜାଖୋଜି କରିଥିଲେ l ପରେ ଏନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ l

ମଙ୍ଗଳବାର ଖଣ୍ଡାରାବଳୀ-ରାମଣା ପଲ୍ଲୀ ରାସ୍ତା ନିକଟରୁ ଅମରଙ୍କ ମୃତଦେହ ମିଳିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି l ଅପରପକ୍ଷରେ ପରିବାର ଲୋକେ ତାଙ୍କ ପୁଅକୁ କେହି ମାରି ରାସ୍ତା କଡ଼ରେ ପିଙ୍ଗିଦେଇଥିବା କହିଛନ୍ତି l