ଭୁବନେଶ୍ବର ୩୧।୧୦: ଏଣିକି ଓଡ଼ିଶାରେ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଆଉ କରିବାକୁ ପଡ଼ିବନି କିସମ ପରିବର୍ତ୍ତନ । ଉଦ୍ୟୋଗୀଙ୍କୁ କିସମ ପରିବର୍ତ୍ତନ ଫି’ ଏବଂ ଭଡା ଛାଡ଼ ପାଇଁ ରାଜସ୍ୱ ବିଭାଗର ନିଷ୍ପତ୍ତି । ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚ ମାର୍କ ଭ୍ୟାଲୁର ୧ ପ୍ରତିଶତ ଦେବାକୁ ପଡୁଥିଲା । ଆଉ କିସମ ପରିବର୍ତ୍ତନ ପାଇଁ ଯେତିକି ଫି’ ଦେବାକୁ ପଡୁଥିଲା ତାର ୧ ପ୍ରତିଶତ ଭଡା ମଧ୍ୟ ଦେବାକୁ ପଡୁଥିଲା । ଏବେ ଏହି ଦୁଇଟି ଯାକ ଛାଡ଼ କଲେ ସରକାର ।

ଯେଉଁ କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ପୋର୍ଟାଲରେ ପଞ୍ଜିକୃତ କରିଥିବେ ଏବଂ ଜିଲ୍ଲା କମିଟି ଅନୁମୋଦିତ ହୋଇଥିବେ ସେମାନେ ଏହି ସୁବିଧା ପାଇପାରିବେ । ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା ଜମି, ଉପକୂଳ ନିୟମିକ ଅଞ୍ଚଳ, ପ୍ରତ୍ନତାତ୍ତ୍ବିକ ଜମି ଯେଉଁଠି ଅନ୍ୟ ଆଇନ ବଳବତ୍ତର ଅଛି ସେଠି ଏହି ସୁବିଧା ଲାଗୁ ହେବ ନାହିଁ । ଉଦ୍ୟୋଗୀ ମାନେ ଉଦ୍ଦେଶ୍ୟରୁ ଯଦି ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।