ଭୁବନେଶ୍ବର ୨୫।୯: ଭିଜିଲାନ୍ସ ହାବୁଡ଼ରେ ନିର୍ବାହୀ ଯନ୍ତ୍ରୀ । ଭୁବନେଶ୍ବର TPCODL ସର୍କଲ୍ ୧ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ରାୟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ନିର୍ବାହୀ ଯନ୍ତ୍ରୀ । ସେପଟେ ଚଢ଼ାଉ ବେଳେ ଯନ୍ତ୍ରୀଙ୍କ ଘରୁ ୯ ଲକ୍ଷ ୫୩ ହଜାର ଟଙ୍କା ଜବତ ହୋଇଛି ।