LIVE TV

ପୋଲିସ SI ନିଯୁକ୍ତି ପରୀକ୍ଷା ଦୁର୍ନୀତି : ୧୧୯ ଗିରଫଙ୍କ ଜାମିନ ଖାରଜ କଲେ ବ୍ରହ୍ମପୁର JMFC ଗ୍ରାମାଞ୍ଚଳ କୋର୍ଟ

NEWS7
SI Exam Scam

ବ୍ରହ୍ମପୁର ୮।୧୦: ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ୧୧୯ ଜଣ ଗିରଫଙ୍କ ଜାମିନ ଖାରଜ । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ଗିରଫଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣାରେ ପର୍ଯ୍ୟାୟ କ୍ରମେ ୧୧୯ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ୧୧୪ ପରୀକ୍ଷାର୍ଥୀଙ୍କ ସହ ୫ ଜଣ ଦଲାଲଙ୍କୁ ଗିରଫ କରି ଜେଲ୍ ପଠାଇଛି । ବୁଧବାର ୧୧୯ ଜଣଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ ସମସ୍ତଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟ ସମସ୍ତଙ୍କ ଜାମିନ ଖାରଜ କରିଛନ୍ତି । ଏନେଇ ପି ପି ବିଶ୍ୱଜିତ ବରାଳ ସୂଚନା ଦେଇଛନ୍ତି ।