News7 Logo

ବୈତରଣୀ ସତର୍କ ସଙ୍କେତ ଉପରେ ପ୍ରବାହିତ, ସନ୍ଧ୍ୟା ସୁଦ୍ଧା ସ୍ଥିର ରହିଛି ଜଳ ପ୍ରବାହ

NEWS7
Baitarini

ଭଦ୍ରକ ୩୯: ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦା ଅନିକଟ ନିକଟରେ ବୈତରଣୀ ନଦୀରେ ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ସତର୍କ ସଙ୍କେତ ରହିଛି ୧୭.୮୩ ମିଟର । ତେବେ ସନ୍ଧ୍ୟା ସୁଦ୍ଧା ୧୭.୮୭ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ । ଦୀର୍ଘ ସମୟ ଧରି ଜଳ ପ୍ରବାହ ସ୍ଥିର ରହିଛି ।

ତେବେ ଉପର ମୁଣ୍ଡରେ ବର୍ଷା ହେଲେ ଏହି ବନ୍ୟାଜଳ ଆନିକଟ ନିକଟରେ ପହଞ୍ଚିବା ପାଇଁ ୮ ଘଣ୍ଟା ସମୟ ଲାଗିଥାଏ । ଉପର ମୁଣ୍ଡ ଅର୍ଥାତ୍ କେନ୍ଦୁଝର, ଆନନ୍ଦପୁର ଆଦି ଅଞ୍ଚଳରେ ଅଧିକ ବର୍ଷା ରେକର୍ଡ ହେଲେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ।