LIVE TV

ନୂଆପଡ଼ା ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ବିଜେପି

NEWS7
BJP

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି ବିଜେପି । ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଦଳ ପକ୍ଷରୁ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସାଂସଦ ବୈଜୟନ୍ତ ପଣ୍ଡା, ଦୁଇ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ଲତା ଉସେଣ୍ଡି, ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ତାଲିକାରେ ସାମିଲ ଅଛନ୍ତି ।

ଛତିଶଗଡ଼ର ନେତୃତ୍ୱଙ୍କୁ ବି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ,  ଅରୁଣ ସାଓ, ବ୍ରିଜମୋହନ ଅଗ୍ରୱାଲ୍, ଗୁରୁ ଖୁସୱନ୍ତ ସାହେବ, ରୂପ କୁମାରୀ ଚୌଧୁରୀ, ଅନୁଜ ଶର୍ମା, ରୋହିତ୍ ସାହୁ, ଯୋଗେଶ୍ୱର ରାଜୁ ସିହ୍ନାଙ୍କ ନାଁ ରହିଛି । ସେହିପରି ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଓ ଅନୁଭବ ମହାନ୍ତିଙ୍କୁ ତାଲିକାରେ ସାମିଲ କରାଯାଇଛି ।

​​​​​​​

ଉଲ୍ଲେଖଯୋଗ୍ୟ ଯେ ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ହେବ । ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ୧୩ରେ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।

ଏଥର ମୋଟ ୧ ଲକ୍ଷ୍ୟ ୨୨ ହଜାର ୧୦୩ ପୁରୁଷ ଏବଂ ୧ ଲକ୍ଷ୍ୟ ୨୬ ହଜାର ୧୩୨ ମହିଳା ଭୋଟର ଦେବେ । ୪ ହଜାର ଭିନ୍ନକ୍ଷମ ଏବଂ ୨୦୦୭ ବୟସ୍କ ଭୋଟରଙ୍କ ତାଲିକା ପ୍ରକାଶ ପାଇଛି । ବୁଥରେ ମୋବାଇଲ ରଖି ଭୋଟ ଦେବେ ଭୋଟର। ଆଉ ବୁଥ ଭିତରକୁ ମୋବାଇଲ ନେଇ ପାରିବେନି ଏଜେଣ୍ଟ। ରିଅଲ ଟାଇମ୍ ସିଷ୍ଟମ ରେ ୱେବ୍ କ୍ୟାଷ୍ଟିଂ କରାଯିବ। ୧୯୫୦ ଭୋଟର ହେଲ୍ପ ଲାଇନ ନମ୍ବର କାର୍ଯ୍ୟକାରୀ ହେବ। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯିବ।