LIVE TV

ଆଠଗଡ଼ରେ ମିଶ୍ରଣ ପର୍ବ : ବିଜେପିରେ ମିଶିଲେ ୩୦ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ

NEWS7
BJP

ଆଠଗଡ଼ ୭।୧୦: ଆଠଗଡ଼ରେ ବିଜେପିର ମିଶ୍ରଣ ପର୍ବ । ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଦାଧରପୁରୁ ପଞ୍ଚାୟତର ହରିଶରଣପୁରୁ ଗ୍ରାମର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ବିଜେଡି ଦଳ ତ୍ୟାଗ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ମିଶିଲେ ବିଜେଡ଼ି ନେତା ଓ କର୍ମୀ ।

ଆଠଗଡ଼ ରଥଗଡ଼ା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଆଠଗଡ଼ର ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇ ନିଜ ଅଞ୍ଚଳର ଉନ୍ନତି ସାଧନ କରିବେ ବୋଲି ବରିଷ୍ଠ ନେତା କରିଛନ୍ତି