ଭୁବନେଶ୍ବର ୧୧: ନବୀନଙ୍କ ସଭାରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛି ବିଜେଡି । ଏଭଳି ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି ।

ଦଳ ଅଭିଯୋଗ କରିଛି, ନିର୍ବାଚନ କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କୁ ବିଜେଡି ବ୍ୟବହାର କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ନୂଆପଡ଼ା ଯାଇଥିଲେ ସେତେବେଳେ ଛୋଟ ଛୋଟ ପିଲା ବଡ଼ ବଡ଼ ପତାକା ଧରି ସ୍ୱାଗତ କରିଥିଲେ । ଯାହା ନିର୍ବାଚନୀ ନିୟମର ଉଲ୍ଲଙ୍ଘନ । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।