LIVE TV

ଦଲାଲଙ୍କୁ ଗିରଫ କରି ସଂଖ୍ୟା ଦେଖାଉଛନ୍ତି ସରକାର କିନ୍ତୁ ମାଷ୍ଟର ମାଇଣ୍ଡକୁ ଧରୁନାହାନ୍ତି

NEWS7
BJD

ଭୁବନେଶ୍ବର ୫।୧୦: SI ନିଯୁକ୍ତି ଦୁର୍ନୀତି ଉପରେ ବାବୁ ସିଂହଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲା  ବିଜେଡିବରିଷ୍ଠ ବିଜେଡି ନେତା ପ୍ରୀତିରଞ୍ଜନ ଘଡାଇ କହିଲେ, ଯେଉଁ ତଦନ୍ତ ଆରମ୍ଭ ହୋଇଛି ତାହା ସନ୍ଦେହ ଘେରରେ ମୁଖ୍ୟ କାର୍ପଟଦାରକୁ ଛାଡିଦେବା ପାଇଁ ଏ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା । ଯଦି ଅସଲି ଚେହେରା ନ ଧରାପଡନ୍ତି ତେବେ ଯୁବ ଛାତ୍ର ନ୍ୟାୟ ପାଇବେ ନାହିଁ । ମାର୍ଚ୍ଚ ୭ରେ ପରୀକ୍ଷା ହେବାର ଥିଲା ।  ତାକୁ ବାତିଲ କାହିଁକି କରାଗଲା । ସେତେବେଳର ଓପିଆର୍‌ବି ଅଧ୍ୟକ୍ଷ ସନ୍ତୋଷ ଉପାଧ୍ୟାୟ ଇସ୍ତଫା ଦେଲେ । କିଏ ତାଙ୍କୁ ଚାପ ପକାଇଲା ଇସ୍ତଫା ଦେବାକୁ । ଆଇଟିଆଇ ପ୍ରଥମେ ରିଚ୍ ମାଇଣ୍ଡକୁ ଦେଇଥିଲା ।  ତାପରେ ରିଚ୍ ମାଇଣ୍ଡକୁ ବାଦ୍ ଦେଇ ସିଲିକନକୁ ଦିଆଗଲା । କାହା ସ୍ଵାର୍ଥରେ ସିଲିକନକୁ ଦିଆଗଲା । ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ । ଦଲାଲଙ୍କୁ ଗିରଫ କରି ସଂଖ୍ୟା ଦେଖାଉଛନ୍ତି ସରକାର କିନ୍ତୁ ମାଷ୍ଟର ମାଇଣ୍ଡକୁ ଧରୁନାହାନ୍ତି । ବଡ ମୁଣ୍ଡକୁ ସୁରକ୍ଷା ଦେବାକୁ ଏ କ୍ରାଇମବ୍ରାଞ୍ଚ ତଦନ୍ତ ।

ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର କରନ୍ତୁ । ଯିଏ ଦୋଷୀ ତାକୁ ସରକାର ଧରନ୍ତୁ । ସମସ୍ତ ଦୋଷୀ ଦଣ୍ଡ ପାଆନ୍ତୁ । ବିଜେଡ଼ି ଏଥିରେ ସହଯୋଗ କରିବ ବୋଲି ପ୍ରୀତି ରଞ୍ଜନ କହିଛନ୍ତି ।