LIVE TV

ବିବାହ କଲେ BIGG BOSS-4 ଅଭିନେତ୍ରୀ ସାରା ଖାନ, ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

NEWS7
Sara

ନୂଆଦିଲ୍ଲୀ ୦୯।୧୦; ଟିଭିର ପପୁଲାର ଅଭିନେତ୍ରୀ ଏବଂ ବିଗ୍ ବସ୍ ୪ ପ୍ରତିଯୋଗୀ ସାରା ଖାନ । ବର୍ତ୍ତମାନ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଅକ୍ଟୋବର ୬ ତାରିଖରେ ପ୍ରଯୋଜକ-ଅଭିନେତା କ୍ରିଷ ପାଠକଙ୍କ ସହ କୋର୍ଟ ମ୍ୟାରେଜ୍ କରିଥିଲେ । ଏହା ସାରା ଖାନଙ୍କର ଦ୍ୱିତୀୟ ବିବାହ। କାରଣ ସେ ପୂର୍ବରୁ ବିଗ୍ ବସ୍ ଘର ଭିତରେ ଅଲି ମର୍ଚ୍ଚାଣ୍ଟଙ୍କୁ ବିବାହ କରିଥିଲେ। ଏହି ବିବାହ ମାତ୍ର ଦୁଇ ମାସ ଚାଲିଥିଲା ।

ସାରା ଖାନ ସୋସିଆଲ ମିଡିଆରେ ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି । ସାରା ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ଡିସେମ୍ବରରେ ଧୂମଧାମରେ ବିବାହ ହେବ । ଏଥିସହ ସାରା ଖାନଙ୍କ ସ୍ୱାମୀ କ୍ରିଶ ପାଠକ ଅନେକ ଟିଭି ଶୋ’ ରେ ଦେଖାଦେଇଛନ୍ତି । ସେ ମଧ୍ୟ ସୁନୀଲ ଲାହିରୀଙ୍କ ପୁଅ। ଯିଏ ରାମାନନ୍ଦ ସାଗରଙ୍କ ରାମାୟଣରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିଲେ।

ସାରା ତାଙ୍କ ବିବାହ ବିଷୟରେ ସ୍ପଷ୍ଟ ଭାବରେ କହିଥିଲେ। ଅଭିନେତ୍ରୀ କହିଛନ୍ତି ଯେ, ‘ଯେବେ ଠାରୁ ମୁଁ କ୍ରିଷଙ୍କ ସହିତ ରହିବା ଆରମ୍ଭ କଲି। ମୁଁ ତାଙ୍କ ସ୍ତ୍ରୀ ପରି ଅନୁଭବ କରିବାକୁ ଲାଗିଲି । କିନ୍ତୁ କୋର୍ଟ ମ୍ୟାରେଜର ଅଭିଜ୍ଞତା କିଛି ଅଲଗା ଥିଲା । ମୋ ମନରେ ଖୁସି ଭରିଗଲା।