LIVE TV

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ପ୍ରଥମ ମ୍ୟାଚ୍‌ରେ ଟସ୍ ଜିତି ବୋଲିଂ କରିବ ଘରୋଇ ଟିମ୍

NEWS7
team india

ପର୍ଥ ୧୯।୧୦ : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଆରମ୍ଭ । ଏହି ସିରିଜର ପ୍ରଥମ ମୁକାବିଲା ପର୍ଥରେ ଖେଳାଯିବ । ଯେଉଁଥିରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ ଟିମ୍‌ । ଯାହାଫଳରେ ପ୍ରଥମେ ବ୍ୟାଟିଂ ଲାଗି ପଡିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ଭାରତ ପକ୍ଷରୁ ଶୁଭମନ ଗିଲ୍‌ ଅଧିନାୟକତ୍ୱ କରୁଥିବା ବେଳେ ପ୍ୟାଟ୍‌ କମିନ୍ସଙ୍କ ଅନୁପସ୍ଥିତିରେ ମିଚେଲ ମାର୍ଶଙ୍କ ହାତରେ କ୍ୟାପଟେନ୍‌ ଦାୟିତ୍ୱ ।

​​​​​​​ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଦିନିକିଆ ଖେଳୁଛି। ଦଳ ୯ ମାର୍ଚ୍ଚ ୨୦୨୫ରେ ଦୁବାଇରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରିଥିଲା। ରୋହିତ ଏବଂ କୋହଲି ୭ ମାସର ବିରତି ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି। ସେମାନେ ଶେଷ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଖେଳିଥିଲେ।

ଭାରତୀୟ ଟିମ୍‌ ଏକାଦଶ : ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର , ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ।

ଅଷ୍ଟ୍ରେଲିଆ ଟିମ୍‌ ଏକାଦଶ : ମିଚେଲ ମାର୍ଶ (ଅଧିନାୟକ), ଟ୍ରାଭିସ୍ ହେଡ୍, ମାଥ୍ୟୁ ସର୍ଟ, ମ୍ୟାଟ୍ ରେନସ, ଜୋଶ ଫିଲିପ୍ (ୱିକେଟକିପର), ମିଚେଲ ଓୱେନ୍, କୁପର କନୋଲି, ମିଚେଲ ଷ୍ଟାର୍କ, ନାଥନ୍ ଏଲିସ୍, ମାଥ୍ୟୁ କୁହ୍ନେମାନ, ଜୋଶ ହାଜେଲଉଡ୍।