ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ନିଜର ସ୍ଥିତିକୁ ସୁଦୃଢ଼​​କରି, ରିଲାଏନ୍ସ ଜିଓ ଅଗଷ୍ଟ ମାସରେ ରାଜ୍ୟରେ ସର୍ବାଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଅଗଷ୍ଟ ୨୦୨୫ ରେ ଓଡ଼ିଶାରେ ପ୍ରାୟ ୧.୪୯ ଲକ୍ଷ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି। ଏଥିସହିତ, ଓଡ଼ିଶାରେ ଜିଓ ନେଟୱାର୍କରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧ କୋଟି ୬୫ ଲକ୍ଷ ଅତିକ୍ରମ କରିଛି ଏବଂ ଜିଓ ୪୬.୫ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ଓଡ଼ିଶାର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ସୁଲଭ ଜିଓଭାରତ ୪ଜି ଫୋନ୍ ହଜାର ହଜାର ୨ଜି ଗ୍ରାହକଙ୍କୁ ୪ଜି କୁ ଅପଗ୍ରେଡ୍ କରିବାରେ ସକ୍ଷମ କରିଛି।

ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମୋଟ ମୋବାଇଲ୍ ଗ୍ରାହକଙ୍କ ସଂଖ୍ୟା ଅଗଷ୍ଟ ମାସରେ ୨.୪୬ ଲକ୍ଷ ବୃଦ୍ଧି ପାଇ ୩୧ ଅଗଷ୍ଟ, ୨୦୨୫ ସୁଦ୍ଧା ୩.୫୬ କୋଟି ଅତିକ୍ରମ କରିଛି। ଜାତୀୟ ସ୍ତରରେ, ଜିଓ ଅଗଷ୍ଟ ୨୦୨୫ରେ ସର୍ବାଧିକ ୧୯.୪୯ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଛି।

ଓଡ଼ିଶାରେ ୫ଜି ଫିକ୍ସଡ୍ ୱାୟାରଲେସ୍ ଆକ୍ସେସ୍ (ଏଫଡବ୍ଲୁଏ) ସେବାରେ ପ୍ରାଧାନ୍ୟ ବିସ୍ତାର କରି ଜିଓ ଏହି କ୍ଷେତ୍ରରେ ଅନ୍ୟମାନଙ୍କୁ ବହୁତ ପଛରେ ପକାଇଛି। ଟ୍ରାଇ ତଥ୍ୟ ଅନୁଯାୟୀ, ୨୦୨୫ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ଜିଓର ୨.୨୬ ଲକ୍ଷରୁ ଅଧିକ ୫ଜି ଏଫଡବ୍ଲୁଏ ଏବଂ ୨୫୮୫୧ ୟୁବିଆର ଏଫଡବ୍ଲୁଏ ଗ୍ରାହକ ରହିଛନ୍ତି। ରାଜ୍ୟରେ ୱାୟାରଲେସ୍, ୱାୟାରଲାଇନ୍ ଏବଂ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଜିଓ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇଛି। ରାଜ୍ୟର କୋଣ ଅନୁକୋଣରେ ଜିଓର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ବଳରେ ସମ୍ଭବ ହୋଇଛି।