LIVE TV

ଆଉ ମାତ୍ର ୨ ଦିନ, ୩୦ ଭିତରେ E-KYC ନ କଲେ ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ

NEWS7
E -kyc

ଭୁବନେଶ୍ଵର: ଆଉ ମାତ୍ର ୨ଦିନ । ସେପ୍ଟେମ୍ବର ୩୦ ତାରିଖ ଡେଡଲାଇନ୍ । ଅବଧି ଭିତରେ E-KYC  ନକଲେ ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ । ବାରମ୍ବାର ଡେଡଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ତେବେ ଆଉ ଡେଡଲାଇନ୍ ଅବଧି ବଢାଯିବନି ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ E-KYC  କରିବାରେ ଅନେକ ସମସ୍ୟା ହେଉଥିବା ଡିଲର୍ ଆସୋସିଏସନ୍ ଅଭିଯୋଗ ଆଣିଛି ।

ଆଉ ବଢିବନି ଡେଡ୍ ଲାଇନ । ମାଗଣା ଚାଉଳରୁ କଟିବେ ୧୬ ଲକ୍ଷ ହିତାଧିକାରୀ। ରାଜ୍ୟରେ ଜୁନ ୩୦ରୁ ଇ- କେୱାଇସି ପ୍ରକ୍ରିୟାକୁ ଶେଷ କରିଛନ୍ତି ସରକାର । ଯେଉଁମାନେ ଇ- କେୱାଇସି କରି ନାହାନ୍ତି , ସେମାନଙ୍କ ରାସନ ସାମଗ୍ରୀ ବନ୍ଦ ହୋଇଯାଇଛି । ଯେଉଁମାନେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଇ- କେୱାଇସି କରିବେ, ସେମାନ  ପୁଣି ଥରେ ରାସନ ପାଇବେ ବୋଲି ଘୋଷଣା କରିଥିଲେ ସରକାର । ଏହି ପ୍ରକ୍ରିୟା ୨ଦିନ ପରେ ଶେଷ ହେବାକୁ ଯାଉଛି । ବାରମ୍ବାର ଡେଡ୍ଲାଇନ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରି ନାହାନ୍ତି । ଫଳରେ ସେମାନେ ମାଗଣା ରାସନରୁ ବଞ୍ଚିତ ହେବାକୁ ଯାଉଛନ୍ତି । 

ଦେଖିବା କେଉଁ ଜିଲ୍ଲାରୁ କେତେ ଲୋକ କରି ନାହାନ୍ତି ଇ-କେୱାଇସି । ଗଂଜାମରୁ ୧ ଲକ୍ଷ ୬୪ ହଜାର, କଟକରୁ ୯୧ ହଜାର, ମୟୁରଭଞ୍ଜରୁ ୮୭ ହଜାର, ବଲାଙ୍ଗିରରୁ ୮୩ ହଜାର, ବାଲେଶ୍ବରରୁ  ୮୩ ହଜାର ଓ କଳାହାଣ୍ଡିରୁ ୮୨ ହଜାର ଲୋକ ତାଲିକାରୁ ବାଦ ପଡିବାକୁ ଯାଉଛନ୍ତି । ସେହିପରି ଦେବଗଡରୁ ସର୍ବନିମ୍ନ ୧୦ ହଜାର ଲୋକ ଇ- କେୱାଇସି କରି ନାହାନ୍ତି । ଇ- କେୱାଇସି ଅବଧି ରାଜ୍ୟ ସରକାର ଆଉ  ବଢିବ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଅନେକ ଯୋଗ୍ୟ ହିତାଧିକାରୀ ନିଜର ଇ-କେୱାଇସି କରି ନ ଥିବା ସାମ୍ନାକୁ ଆସିଛି । ତେଣୁ ସରକାର ଅବଧି ବଢାଇବାକୁ ସେମାନେ ଦାବି କରିଛନ୍ତି । ସେପଟେ ଇ- କେୱାଇସି କରିବାରେ ଅନେକ ସମସ୍ୟା ହେଉଥିବା ଅଭିଯୋଗ ଆଣିଛି ଡିଲର ଆସୋସିଏସନ । ନେଟୱାର୍କ ସମସ୍ୟାକୁ ମୁଖ୍ୟତଃ ଦାୟୀ କରିଛନ୍ତି । ଏହାସହ  ଛୋଟ ପିଲା ଓ ବୟସ୍କ ବର୍ଗଙ୍କ ଫିଙ୍ଗର ପ୍ରିଣ୍ଟ ସମସ୍ୟାକୁ ସମାଧାନ ପାଇଁ ଦାବି ହୋଇଛି । ଯେମିତି ଯୋଗ୍ୟ ହିତାଧିକାରୀ ବାଦ ନ ପଡନ୍ତି ସରକାର ତା ଉପରେ ନଜର ଦେବା ଆବଶ୍ୟକ ବୋଲି କହିଛି ଡିଲର ସଂଘ।  ବର୍ତ୍ତମାନ ସୁଦ୍ଧା ୩୦ ହଜାର ୧୨୫ ଅଯୋଗ୍ୟ ପରିବାର ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏହାସହ ୬ ଲକ୍ଷ ୩୮ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।

ଞ୍ଜାମ-              ୧ ଲକ୍ଷ ୬୪ ହଜାର

କଟକ                          ୯୧ ହଜାର

ମୟୁରଭଞ୍ଜ                     ୮୭ ହଜାର

ବଲାଙ୍ଗିର                        ୮୩ ହଜାର

ବାଲେଶ୍ୱର                       ୮୩ ହଜାର

କଳାହାଣ୍ଡି                        ୮୨ ହଜାର