News7 Logo

ଦୁର୍ଗାପୂଜା ପୂର୍ବରୁ ସବୁ ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ

NEWS7
Road Repaire

ଭୁବନେଶ୍ବର ୯: ଦୁର୍ଗାପୂଜା ପୂର୍ବରୁ ଭୁବନେଶ୍ୱର ସବୁ ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ । ରାସ୍ତା ମରାମତି ହେବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେବଳ କଟକ ଓ ଭୁବନେଶ୍ବର ନୁହେଁ, ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ କାମ ହେବ । ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେସନ ସହ ମିଶି ଆଜିଠୁ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ୱର ୫୯ ନମ୍ବର ୱାର୍ଡ ଅଫିସ୍ ଓ ଲାଇଟ୍ ହାଉସ୍ଦଘାଟନ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୂର୍ବରୁ ଏହି ୫୯ ନମ୍ବର ୱାର୍ଡରେ ୱାର୍ଡ ଅଫିସ ନଥିଲା । ଏବେ ୱାର୍ଡ ଅଫିସ ହେବାରୁ ୱାର୍ଡବାସୀ ଉପକୃତ ହେବେ । ଉଦଘାଟନ ବେଳେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଲ ରାଣା, ୫୯ ନମ୍ବର ୱାର୍ଡର କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକର, କିଛି ପୂର୍ବତନ କର୍ପୋରେଟର ଓ ସରପଞ୍ଚ ଯୋଗଦେଇଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ୬୭ ୱାର୍ଡ ମଧ୍ୟରୁ ୨୯ଟି ୱାର୍ଡରେ ବିଏମ୍‌ସି ୱାର୍ଡ ଅଫିସ ପାଇଁ ଜାଗା ନାହିଁ । ତେଣୁ ମୋହନ ସରକାର ୱାର୍ଡ ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିବା ପାଇଁ ମନ୍ତ୍ରୀଙ୍କ ସାମ୍ନାରେ ଦାବି ରଖିଥିଲେ । କିଛି ବିଜେଡି ନେତା ଯୋଗ ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଯୋଗ ଦେଇନଥିଲେ । ଏହାର ଜବାବରେ ସ୍ଥାନୀୟ କର୍ପୋରେଟର କହିଛନ୍ତି ପୋର୍ଟଫୋଲିଓ ଅନୁସାରେ ଡକାଯାଇଥିଲା । ତେଣୁ ଅଶୋକ ପଣ୍ଡାଙ୍କୁ ଡକାଯାଇନାହିଁ ବୋଲି ବିରଞ୍ଚିନାରାୟଣ ମହାସୂପକର କହିଛନ୍ତି