ନୂଆଦିଲ୍ଲୀ ୧୭।୦୯; ବଲିଉଡର ନୀଳ ନୟନା ଐଶ୍ଵର୍ଯ୍ୟା ରାୟ । ସଲମାନଙ୍କ ସହ ତାଙ୍କ ଆଫେୟାର୍ସ ଖୁବ୍‌ ଚର୍ଚ୍ଚାରେ ଥିଲା । ପୂରା ଇଣ୍ଡଷ୍ଟ୍ରିରେ ଏହାକୁ ନେଇ ଖବର ଜୋର ଧରିଥିଲା । ଏତିକି ହିଁ ନୁହେଁ ଦୁହେଁ ବିଟାଉନ୍‌ର ପାୱାରଫୁଲ୍‌ କପଲ ଥିଲେ। ହେଲେ ଦୁହେଁ ବର୍ଷ ବର୍ଷ ଧରି ଡେଟିଂ ପରେ ୨୦୦୨ରେ ବ୍ରେକଅପ କରିଥିଲେ। ହେଲେ ଏବେ ବି ଐଶ୍ଵର୍ଯ୍ୟାଙ୍କ ଲଭ ଲାଇଫ ଚର୍ଚ୍ଚାରେ ରହିଛି।

ନିକଟରେ ଫିଲ୍ମ ମେକର ପ୍ରହ୍ଲାଦ କକ୍କଡ ଐଶ୍ଵର୍ଯ୍ୟା-ସଲମାନଙ୍କ ସମ୍ପର୍କକୁ ନେଇ ବଡ ଖୁଲାସା କରିଛନ୍ତି। କହିଛନ୍ତି ବ୍ରେକଅପ ପରେ ଐଶ୍ଵର୍ଯ୍ୟା ଖୁବ୍‌ ଯନ୍ତ୍ରଣାରେ ଥିଲେ। ଏହି କାରଣରୁ ତାଙ୍କ କ୍ୟାରିଅର ଉପରେ ପ୍ରଭାବ ପଡିଥିଲା । ମୁଁ ଐଶ୍ଵର୍ଯ୍ୟାଙ୍କ ପାଇଁ ସପୋର୍ଟିବ ଥିଲି । ତାଙ୍କୁ କହିଥିଲି ଏସବୁ ବିଷୟରେ ଚିନ୍ତା କର ନାହିଁ । ସେ କହିଥିଲେ-କିନ୍ତୁ ଇଣ୍ଡଷ୍ଟ୍ରି...ଐଶ୍‌ଙ୍କୁ ସବୁଠୁ ଅଧିକ ଦୁଃଖ ଲାଗିଥିଲା ଯେ ସଲମାନଙ୍କ ପାଇଁ ଇଣ୍ଡଷ୍ଟ୍ରି ତାଙ୍କ ଏକାକୀ କରି ଦେଇଥିଲା । କେହି ବି ଐଶ୍ଵର୍ଯ୍ୟାଙ୍କୁ ସପୋର୍ଟ କରୁନଥିଲେ । ତାଙ୍କୁ ଲାଗୁଥିଲା କି ତାଙ୍କ ସହ ଧୋକା ହୋଇଛି।

ପ୍ରହ୍ଲାଦ ଆହୁରି କହିଛନ୍ତି କି ଯେତିକି ବ୍ରେକଅପ ପାଇଁ ଯନ୍ତ୍ରଣା ହୋଇନଥିଲା ସେତିକି ଇଣ୍ଡଷ୍ଟ୍ରିର ଖରାପ ବ୍ୟବହାର ପାଇଁ ହୋଇଥିଲା । ଐଶ୍ ଏଥିପାଇଁ ଦୁଃଖ ଲାଗିଥିଲା ଯେ ସମସ୍ତେ ସଲମାନଙ୍କ ସାଇଡ୍‌ ନେଇଥିଲେ । କେହି ବି ତାଙ୍କୁ ସପୋର୍ଟ କରିନଥିଲେ । ସେ ଇଣ୍ଡଷ୍ଟ୍ରିକୁ ବିଶ୍ଵାସ କରନ୍ତି ନାହିଁ । କହିବାକୁ ଗଲେ ସଲମାନଙ୍କ ସହ ବ୍ରେକଅପ ପରେ ଦୁହେଁ ଏକାଠି କାମ ନାହାଁନ୍ତି ।