ନୂଆଦିଲ୍ଲୀ ୦୧।୧୧; ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ବଲିଉଡ୍‌ରୁ ହଲିଉଡ୍‌ ଯାଏଁ ସେ ତାଙ୍କ ସ୍ଥାନ ହାସଲ କରିଛନ୍ତି। ଆଜି ସେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି । ଇଏ ଏମିତି ଏକ ନାୟିକା ଯିଏ ତାଙ୍କ ପର୍ସନାଲ ଏବ ପ୍ରୋଫେସନାଲ ଜୀବନକୁ ଖୁବ୍ ସୁନ୍ଦର ଭାବେ ସମ୍ଭାଳିଛନ୍ତି। ଏବେ ସେ ତାଙ୍କ ବିବାହିତ ଜୀବନରେ ସ୍ୱାମୀ ଅଭିଷେକ ଏବଂ ଝିଅ ଆରାଧ୍ୟାଙ୍କ ସହ ଖୁବ ଖୁସି ଅଛନ୍ତି । ହେଲେ ମଝିରେ ଚର୍ଚ୍ଚା ହେଉଥିଲା କି ଦୁହେଁ ଅଲଗା ରହୁଛନ୍ତି । କିନ୍ତୁ ଆପଣମାନେ ଜାଣନ୍ତି କି ଅଭିଷେକଙ୍କୁ ଛାଡ଼ି ତାଙ୍କ ନାଁ ଆଉ କେତେ ଜଣଙ୍କ ସହ ଯୋଡ଼ା ଯାଇଛି ।

Aishwarya Rai Bachchan Redefines Power Dressing In A Manish Malhotra Navy  Blue Pantsuitକ୍ୟାରିୟରର ଆରମ୍ଭରୁ ମଡେଲିଂ କରୁଥିବା ସମୟରେ ତାଙ୍କ ନାଁ ମଡେଲ ରାଜୀବ ମୁଲଚନ୍ଦାଙ୍କ ସହ ଯୋଡ଼ା ଯାଇଥିଲା । ବହୁଦିନ ପରସ୍ପରକୁ ଡେଟ୍ କରୁଥିବା ଏହି ଯୋଡ଼ି ମିଡ଼ିଆ ସାମ୍ନାରେ ନିଜର ଫ୍ରେଣ୍ଡସିପକୁ ଜତେଇଥିଲେ । ଏବଂ ପରସ୍ପର ସମ୍ପର୍କକୁ ବନ୍ଧୁତ୍ୱର ନାଁ ଦେଇଥିଲେ ।

Aishwarya Rai 'Didn't Speak A Word' During Her Ugly Breakup With Salman  Khan, 'She Realised Early..'

ଏହା ପରେ ଐଶଙ୍କ ଜୀବନରେ ଆସିଥିଲେ ଭାଇଜାନ । ସଲମାନ-ଐଶଙ୍କ ଲଭଷ୍ଟୋରୀ ତ କିଛି ନିଆଁରା ଥିଲା । ଯାହା ବଲିଉଡ଼ ଇତିହାସରେ ଏକ ସ୍ୱର୍ଣ୍ଣିମ କ୍ଷଣ ଥିଲା । ଏବେ ପର୍ଯ୍ୟନ୍ତ ହିଁ ଏ ଯୋଡ଼ିକୁ ଦେଖିବାକୁ ଚାହିଁ ବସିଛନ୍ତି ଦର୍ଶକ । ତେବେ ଦୁଇ ଜଣଙ୍କ ଲଭ୍ ଆଉ ବ୍ରେକଅପ୍ ଥିଲା ବଲିଉଡ଼୍ ର ସବୁଠୁ ଚର୍ଚ୍ଚିତ ବିଷୟ। ସମୟ କ୍ରମେ ଏ ଷ୍ଟୋରୀରେ ବି ପୂର୍ଣ୍ଣଛେଦ ପଡ଼ିଯାଇଥିଲା ।

Aao Na Full Song | Kyun Ho Gya Na | Aishwarya Rai, Vivek Oberoi | Udit  Narayan | Romantic Songs

ତାପରେ ତାଙ୍କ ନାଁ ବିବେକଙ୍କ ସହ ମଧ୍ୟ ଯୋଡ଼ାଯାଇଥିଲା । ବିବେକ ଐଶଙ୍କ ପ୍ରେମରେ ପାଗଳ ଥିଲେ, କିନ୍ତୁ ଐଶ ଉଭୟଙ୍କ ସମ୍ପର୍କକୁ କେବଳ ବନ୍ଧୁତ୍ୱ କହି ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଥିଲେ । ଏହି ସମ୍ପର୍କ ଅଲଗା ହେବା ପଛରେ ସଲମାନଙ୍କ ହାତ ବୋଲି ଶୁଣିବାକୁ ମିଳିଥିଲା ।

Abhishek Bachchan wishes 'Principessa' Aishwarya Rai on birthday! -  myRepublica - The New York Times Partner, Latest news of Nepal in English,  Latest News Articles | Republica

ସଲମାନଙ୍କ ସହ ବ୍ରେକଅପ୍ ପରେ ଐଶ୍ ତାଙ୍କ ବିବାହକୁ ନେଇ ସିରିୟସ ହୋଇଯାଇଥିଲେ । ଐଶ୍ ଅଭିଷେକଙ୍କ ସହ ବ୍ୟାକ୍-ଟୁ-ବ୍ୟାକ୍ ୨ଟି ଫିଲ୍ମ କଲା ପରେ ଅଭିଷେକ ଐଶଙ୍କୁ ପ୍ରପୋଜ୍ କରିଥିଲେ ଏବଂ ଐଶ୍ ସାଙ୍ଗେ ସାଙ୍ଗେ ହଁ କହିଥିଲେ । ତେବେ ବଡ଼ କଥା ହେଉଛି, ସେତେବେଳେ ଅଭିଷେକଙ୍କ ନିର୍ବନ୍ଧ କରିସ୍ମାଙ୍କ ସହ ଭାଙ୍ଗିଯାଇଥିଲା । କିନ୍ତୁ ଐଶ୍ ଏ ପ୍ରସ୍ତାବରେ ଟିକେ ବି ଡେରି ନକରି ବିବାହ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ଦୁହେଁ ୨୦୦୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ