LIVE TV

ମଝି ଆକାଶରେ ଯାତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା: ରୋକିଲେ କ୍ୟାବିନ କ୍ରୁ

NEWS7
Air India flight sees mid-air fight as MLA, passenger clash

ନୂଆଦିଲ୍ଲୀ: ମଝି ଆକାଶରେ ବିମାନ ଭିତରେ ଭୟଙ୍କର ଝଗଡ଼ା। ଫୋନ୍‌ରେ ଅଶ୍ରାବ୍ୟ ଭାଷାରେ କଥା ହେବାକୁ ନେଇ ମୁହାଁମୁହିଁ ହେଲେ ବିଧାୟକ ଓ ଯାତ୍ରୀ। ଅନ୍ୟଯାତ୍ରୀମାନେ ଯେତେ ବୁଝାଇଲେ ବି ଶୁଣିଲେନି। ଶେଷରେ କ୍ୟାବିନ କ୍ରୁ ସଦସ୍ୟଙ୍କୁ ମଝିରେ ପଶି ଝଗଡ଼ା ରୋକିବାକୁ ପଡ଼ିଲା। ଦିଲ୍ଲୀ-ଲକ୍ଷ୍ନୌ ଏୟାର ଇଣ୍ଡିଆର ଏକ ବିମାନ ଏଭଳି ଘଟଣା ଘଟିଛି।

ଉତ୍ତର ପ୍ରଦେଶର ଜଣେ ବିଧାୟକ ଏବଂ ଜଣେ ଯାତ୍ରୀ ଫୋନରେ କଥାବାର୍ତ୍ତା ସମୟରେ ଖରାପ ଭାଷା ପ୍ରୟୋଗକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ସହଯାତ୍ରୀମାନେ ବାରମ୍ବାର ଆପତ୍ତି ଓ ବୁଝାଇବା ସତ୍ତ୍ୱେ ବିବାଦ ଆହୁରି ତୀବ୍ର ହୋଇଥିଲା, ଯାହା ଫଳରେ କ୍ୟାବିନ କ୍ରୁ ସଦସ୍ୟମାନେ ହସ୍ତକ୍ଷେପ କରି ଦୁଇ ଜଣଙ୍କୁ ଅଲଗା କରିଥିଲେ।

ମଙ୍ଗଳବାର ବିମାନ AI-837 ରେ ଏହି ଘଟଣା ଘଟିଥିଲା। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଜୁନ୍ ମାସରେ ବହିଷ୍କୃତ ହୋଇଥିବା ଗୌରୀଗଞ୍ଜର ସମାଜବାଦୀ ପାର୍ଟି ବିଧାୟକ ରାକେଶ ପ୍ରତାପ ସିଂହ ଫୋନରେ କଥାବାର୍ତ୍ତା ସମୟରେ ସମାଦ ଅଲି ପ୍ରୟୋଗ କରୁଥିବା ଖରାପ ଭାଷାକୁ ସେ ବିରୋଧ କରିଥିଲେ। ଏହାପରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବା ପରେ କ୍ୟାବିନ କ୍ରୁ ମେମ୍ବର ହସ୍ତକ୍ଷେପ କରି ଦୁଇ ଜଣଙ୍କୁ ଅଲଗା କରିଥିଲେ।  

ଏନେଇ ପିଟିଆଇକୁ ପ୍ରତିକ୍ରିୟା ଦେଇ ବିଧାୟକ କହିଛନ୍ତି ସେହି ବ୍ୟକ୍ତି ଜଣକ ଅପମାନଜନକ ଶବ୍ଦ ବ୍ୟବହାର କରି ଚାଲିଲେ ଯାହା କୌଣସି ନାଗରିକ ସମାଜରେ ଗ୍ରହଣୀୟ ନୁହେଁ। ଯେତେବେଳେ ମୁଁ ତାଙ୍କୁ ଦୃଢ଼ ଭାବରେ ଅଟକାଇବାକୁ ଚେଷ୍ଟା କଲି, ସେ ମୋ ସହିତ ମଧ୍ୟ ଖରାପ ବ୍ୟବହାର କଲେ। ସମ୍ବିଧାନ ଆମକୁ ସ୍ୱାଧୀନତା ଦିଏ, କିନ୍ତୁ ଏହାର ଅର୍ଥ ନୁହେଁ ଯେ କେହି ଅନ୍ୟର ସମ୍ମାନ କ୍ଷୁର୍ଣ୍ଣ କରିବା ପାଇଁ ଏହାର ଅପବ୍ୟବହାର କରିପାରିବେ।

ଏହି ଘଟଣା ପରେ ଶ୍ରୀ ସିଂହ ଯାତ୍ରୀଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାୟର କରିଥିଲେ। ଏଥିରେ ପୁଲିସ ଏଫଆଇଆର  ରୁଜୁ କରି ଅଲିଙ୍କୁ ଅଟକ ରଖିଥିଲା।