News7 Logo

ସକାଳୁ ପୁଣି ଥରିଲା ଆଫଗାନିସ୍ତାନ, ୨୪ ଘଣ୍ଟାରେ ତୃତୀୟ ଥର ଭୂମିକମ୍ପ

NEWS7
afganistan

ନୂଆଦିଲ୍ଲୀ ୦୫।୦୯; ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ହୋଇଛି । ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ  ଗୁରୁବାର ରାତିରେ . ତୀବ୍ରତାର ଏକ ଭୂକମ୍ପ ଆସିଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ସକାଳ ପ୍ରାୟ ୭.୪୬ ସମୟରେ ଭୂମିକମ୍ପ ହୋଇଥିଲା। ଅଗଷ୍ଟ ୩୧ରେ ଆଫଗାନିସ୍ତାନରେ ହୋଇଥିବା ଭୂମିକମ୍ପ ପରେ ଲୋକଙ୍କ ଜୀବନ ସ୍ୱାଭାବିକ ହେବାକୁ ଲାଗିଥିଲା, କିନ୍ତୁ ଏବେ ପୁଣି ଆତଙ୍କ ଖେଳିଯାଇଛି। ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ,୪୫୭ରେ ପହଞ୍ଚିଛି। ଏହା ସହିତ ,୩୯୪ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସ୍ଥାନୀୟ ମିଡିଆ ରିପୋର୍ଟ ଅନୁଯାୟୀ, ,୭୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ଏବଂ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଏଜେନ୍ସିଗୁଡ଼ିକ ଏବେ ମଧ୍ୟ ଦୁର୍ଗମ ଅଞ୍ଚଳରେ ଫସିଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଉଦ୍ଧାରକାରୀ ମାଟିଆ ତଳୁ ଶବ ବାହାର କରିବାରେ ଲାଗିଛନ୍ତି। କିନ୍ତୁ ଅଧିକାରୀମାନେ କହୁଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି। ଭୂକମ୍ପ ପୀଡ଼ିତମାନେ ପାଣି, ଖାଦ୍ୟ ଏବଂ ଚିକିତ୍ସା ସୁବିଧା ପାଉନାହାନ୍ତି

ତାଲିବାନ ପ୍ରଶାସନ ଦାବି କରିଛି ଯେ ଅନେକ ପରିବାରଙ୍କୁ ମାନବୀୟ ସହାୟତା ପହଞ୍ଚାଯାଇଛି ଏବଂ ଦୁର୍ଗମ ଅଞ୍ଚଳର ରାସ୍ତାଗୁଡ଼ିକ ଖୋଲାଯାଇଛି। ଏହା ସହିତ ଅନେକ ଦେଶର ବିଶେଷ ଉଦ୍ଧାର ଟିମ୍ଗୁଡ଼ିକ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଭାରତ, ଜାପାନ, ଇରାନ ଏବଂ ତୁର୍କୀରୁ ମଧ୍ୟ ସହାୟତା ସାମଗ୍ରୀ ପଠାଯାଇଛି।