LIVE TV

ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଛାଡିବାକୁ ନେଉଥିଲେ ଲାଞ୍ଚ, ଅନନ୍ତପୁର ଫାଣ୍ଡି ଏଏସ୍ଆଇଙ୍କୁ ଧରିଲା ଭିଜିଲାନ୍ସ ଟିମ୍

NEWS7
Vigilance

ସୋର ୨୦।୯: ଭିଜିଲାନ୍ସ ପଞ୍ଝାରେ ଏଏସ୍‌ଆଇ । ଲାଞ୍ଚ ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଅନନ୍ତପୁର ଫାଣ୍ଡି ଏଏସ୍‌ଆଇ ହୃଷିକେଶ ବିଶ୍ୱାଳଙ୍କୁ ଧରିଛି ଭିଜିଲାନ୍ସ । ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡିରେ ଅତର୍କିତ ଭାବେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଫାଣ୍ଡି ଏଏସ୍‌ଆଇ ହୃଷିକେଶ ବିଶ୍ୱାଳ ଟଙ୍କା ନେବାବେଳେ ମାଡ଼ି ବସିଲା l

ସୂଚନାଯୋଗ୍ୟ ଯେ, ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ରିଲିଜ କରିବା ପାଇଁ ଅଭିଯୋଗକାରୀଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ ଏଏସ୍‌ଆଇ ହୃଷିକେଶ ବିଶ୍ୱାଳ । କିନ୍ତୁ ଅଭିଯୋଗକାରୀ ତାହା ଦେବାକୁ ଅକ୍ଷମ ବୋଲି ଦର୍ଶାଇଥିଲେ । ଫଳରେ ଏଏସ୍‌ଆଇ ୮ ହଜାର ଟଙ୍କା ଦେବାକୁ କହିଥିଲେ । ଅଭିଯୋଗକାରୀ ଅନ୍ୟ କିଛି ଉପାୟ ନପାଇ ବାଲେଶ୍ୱର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ l ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶ ଅନୁସାରେ ଅଭିଯୋଗକାରୀ ଏଏସ୍‌ଆଇ ବିଶ୍ୱାଳଙ୍କୁ ଫାଣ୍ଡିରେ ଲାଞ୍ଚ ଟଙ୍କା ଦେବାବେଳେ ମାଡ଼ିବସିଥିଲା ଭିଜିଲାନ୍ସ l ଏଏସ୍‌ଆଇ ବିଶ୍ୱାଳଙ୍କୁ ବାଲେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି l ବାଲେଶ୍ୱର ଭିଜିଲାନ୍ସ ଡିଏସ୍‌ପି ଚଢାଉର ନେତୃତ୍ୱ ନେଇଥିଲେ l